ମାଳ ତେନ୍ତୁଳିଆ ର ଯୁବକ ପୋଚାଲୁଣ୍ଡିରେ ବିଷଖାଇ ଗୁରୁତର

0
197

ବୁଗୁଡା, ୩୦/୦୭/୨୦୨୧ : ବୁଗୁଡା ଥାନା, ବାଲିପଦର ଫାଣ୍ଡି ଅନ୍ତର୍ଗତ ପୋଚାଲୁଣ୍ଡି ଗ୍ରାମର ବିଲମାଳରେ ବିଷପାନ କରି ଜଣେ ଯୁବକ ଗୁରୁତର ହୋଇ ଭଞ୍ଜନଗର ମେଡିକାଲକୁ ଚିକିତ୍ସିତ ହେବାକୁ ଯାଇଥିବା ଜଣାପଡିଛି। ଘଟଣାରୁ ଜଣାପଡିଛି ଯେ ପୋଲସରା ଥାନା ଅନ୍ତର୍ଗତ ମାଳ ତେନ୍ତୁଳିଆ ଗ୍ରାମର ଦଣ୍ଡପାଣି ସେଠୀଙ୍କ ପୁଅ ସୁଜନ ସେଠୀ ବୁଗୁଡା ଥାନାର ପୋଚାଲୁଣ୍ଡି ଗ୍ରାମର ବିଲମାଳରେ ବସିଥିଲେ। ବସିଥିବା ସ୍ଥାନରେ ସୁଜନ ଟଳି ପଡିବା ଯୋଗୁଁ କ୍ଷେତରେ କାମ କରୁଥିବା ଲୋକମାନେ ତାଙ୍କ ନିକଟକୁ ଆସିଥିଲେ। କ୍ଷେତରେ ପଡିଥିବା ସୁଜନକୁ ଉଠାଇ ଦେଖିଲା ବେଳକୁ ସେ ବସିଥିବା ସ୍ଥାନରେ ଏକ ଚିରା ବିଷଗୁଣ୍ଡ ପକେଟ ପଡିଥିବା ବେଳେ ସେ ଭଲଭାବେ କଥା କହିପାରୁନଥିଲେ। ସୁଜନଙ୍କୁ ପୋଚାଲୁଣ୍ଡି ଗ୍ରାମକୁ ଆଣି ଲୋକମାନେ ବାଲିପଦର ଫାଣ୍ଡି ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ବାଲିପଦର ଫାଣ୍ଡି ଓଆଇସି ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ପୋଚାଲୁଣ୍ଡିରେ ପହଞ୍ଚି ଯୁବକ ଜଣଙ୍କୁ ପରିଚୟ ପଚାରିବା ବେଳେ କେବଳ ମୋତେ ଧୋକା ଦେଲା ବୋଲି ସେ କହିବା ପରେ ଅଚେତ ହୋଇଯାଉଥିଲେ। ସୁଜନର ପକେଟରୁ ପୋଲିସ ଆଧାର କାର୍ଡ ବାହାର କରି ଯୁବକ ଜଣକ ପୋଲସରା ଥାନା ଅନ୍ତର୍ଗତ ମାଳ ତେନ୍ତୁଳିଆ ଗ୍ରାମର ଦଣ୍ଡପାଣି ସେଠୀଙ୍କ ପୁଅ ସୁଜନ ସେଠୀ ବୋଲି ଜାଣିପାରି ପରିବାରକୁ ଖବର ଦେବା ସହ ସୁଜନଙ୍କୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଉପଖଣ୍ଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେ। ସୁଜନର ବାପା ମାଆ ଭଞ୍ଜନଗର ଯାଇଥିବା ଜଣାପଡିଛି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here