ଆଜି ଦିନର ମୂଖ୍ୟ ଖବର @ଟପ ୧୦ ନିଉଜ

0
238

(୧)ଉପେନ୍ଦ୍ର ତ୍ରିପାଠୀ ହେଲେ ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା। କର୍ଣ୍ଣାଟକ କ୍ୟାଡର ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ତ୍ରିପାଠୀ। ଉପଦେଷ୍ଟା ସହ ପରିଚାଳନା କମିଟି ଅଧ୍ୟକ୍ଷ ରହିବେ ଉପେନ୍ଦ୍ର ତ୍ରିପାଠୀ।ଉପେନ୍ଦ୍ର ତ୍ରିପାଠୀଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବ।

(୨)ପୂର୍ବତନ ବିଧାୟକ ଅରୁଣ ଦେ’ଙ୍କ ପରଲୋକ। ଭୁବନେଶ୍ବର ଆମ୍ରି ହସ୍‌ପିଟାଲରେ ସନ୍ଧ୍ୟା ୭.୨୦ରେ ପରଲୋକ। ଅରୁଣ ଦେ’ଙ୍କ ପରଲୋକ ନେଇ ଆମ୍ରି ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା

(୩)ବିରଞ୍ଚି ସାହୁଙ୍କୁ ବାଧ୍ୟତାମୂଳକ ଅବସର ।କୋଟିପତି ପିଏସ ବିରଞ୍ଚି ନାରାୟଣ ସାହୁଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର ।ଆଜି ରାଜ୍ୟ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବିରଞ୍ଚିଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ବିଭାଗ ।

(୪)ଡିଜିଟାଲ ପେମେଣ୍ଟ ସଲ୍ୟୁସନ ଇ-ରୁପିର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇ-ରୁପି ପ୍ରିପେଡ୍‌ ଇ-ଭାଉଚର ।

(୫)ଆଜି ଭୁବନେଶ୍ୱରର ସବୁ ରୁଟ୍‌ରେ ଗଡୁନି ମୋ ବସ୍, ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ୧୪ଟି ରୁଟ୍‌ରେ ଚଳାଚଳ କରୁନି ମୋ ବସ୍, ଦରମା ବୃଦ୍ଧିକୁ ନେଇ ଆନ୍ଦୋଳନ କରୁଛନ୍ତି ମୋ ବସ୍ ଡ୍ରାଇଭର, ସମ୍ ହସ୍ପିଟାଲ ନିକଟ ଡିପୋରୁ ବନ୍ଦ ରହିଛି ମୋ ବସ୍ ଚଳାଚଳ।

 

(୬)ଜାମ୍ମୁ ଓ କାଶ୍ମୀରର ସାମ୍ବା ସୀମାରେ ୪ ସନ୍ଦିଗ୍ଧ ଡ୍ରୋନ୍‌ ଠାବ । ଭାରତୀୟ ସେନା_ଶିବିର ନିକଟରେ ଗୋଟିଏ ଡ୍ରୋନ୍‌ର ପଇଁତରା । ପାକିସ୍ତାନ ସୀମା ଭିତରେ ଡ୍ରୋନ୍‌ ଥିବାରୁ ଗୁଳି କଲେନି ଯବାନ।

(୭)ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା । ବାଲେଶ୍ବର ରାଜଘାଟରେ ନଦୀର ବିପଦ ସଂକେତ ୧୦.୩୬ ମିଟର । ସକାଳ ୯ଟା ସୁଦ୍ଧା ସୁବର୍ଣ୍ଣରେଖାର ଜଳସ୍ତର ୧୦.୫୪ ମିଟର ଉପରେ । ବାଲିଆପାଳ ଓ ଭୋଗରାଇ ବ୍ଲକ୍‌ର ତଳିଆ ଅଞ୍ଚଳ ପାଇଁ ବଢୁଛି ବିପଦ।

(୮)ନବରଙ୍ଗପୁର: ମାଓ ସପ୍ତାହରେ ରାଇଘର ବ୍ଲକର ରାଜ୍ୟ ରାଜପଥ-୪୦ରେ ବ୍ୟାନର ଓ ଲିଫ୍‌ଲେଟ ମାରିଲା ମେନପୁର ନୂଆପଡ଼ା ମାଓ ଡିଭିଜନ।

(୯)ଖୋଲିଲା ପାର୍କ ଓ ମଲ : ୫ରୁ ଖୋଲିବ ସିନେମା ହଲ; ପ୍ରେକ୍ଷାଳୟ ଖୋଲିବାକୁ ଅନୁମତି ଥିଲେ ମଧ୍ୟ ସାସ୍କୃତିକ କାର୍ଯ୍ୟକ୍ରମ ବାରଣ ଥିବାରୁ ବଢିଲା ଦ୍ୱନ୍ଦ୍ୱ।

(୧୦)ଦେଶରେ ଗୋଟିଏ ଦିନରେ ୪୦,୧୩୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ। ଦେଶରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪,୧୩,୭୧୮।ଦିନକ ମଧ୍ୟରେ ଦେଶରେ ୩୬,୯୪୬ ଜଣ କରୋନା ରୋଗୀ ସୁସ୍ଥ ; ମୋଟ ୩,୦୮,୫୭,୪୬୭ ଜଣ କରୋନାରୁ ସୁସ୍ଥ।ଦେଶରେ କରୋନାରୁ ଆରୋଗ୍ୟ ହାର ୯୭.୩୫%।ଦେଶରେ ସଂପ୍ରତି ଦୈନିକ ସଂକ୍ରମଣ ହାର ୨.୮୧% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୭%। ରବିବାର ସଂଧ୍ୟା ସୁଦ୍ଧା ମୋଟ ୪୬.୯୬ କୋଟି ନମୁନା ପରୀକ୍ଷା ; ଦେଶରେ ୪୭.୨୨ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି

LEAVE A REPLY

Please enter your comment!
Please enter your name here