ଛତ୍ରପୁରରେ ଲୁଚି ରହିଥିବା ୫ ଅପରାଧୀ ଙ୍କୁ ଧାମନଗର ପୋଲିସ ଉଠାଇଲା

0
173

ଛତ୍ରପୁର,୦୩/୦୮/୨୦୨୧: ଅପରାଧ କରୁଥିଲେ ଭଦ୍ରକ ଜିଲ୍ଲାରେ ହେଲେ ଆତ୍ମଗୋପନ କରିଥିଲେ ଛତ୍ରପୁରରେ। କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାର ରହେନି, ଆଜି ଧରା ପଡିଲେ ପୋଲିସ ହାତରେ। ଏଭଳି ଘଟଣା ମଙ୍ଗଳବାର ଦିନ ଛତ୍ରପୁର ସହରରେ ଚର୍ଚ୍ଚିତ ହୋଇଛି। ଛତ୍ରପୁର ବଡ ରେଳ ଷ୍ଟେସନ ନିକଟରେ ଥିବା ଏକ ଘର ଉପରେ ଧାମନଗର ପୋଲିସ ଛତ୍ରପୁର ଥାନାର କର୍ମଚାରୀମାନଙ୍କ ସହଯୋଗରେ ଚଢାଉ କରି ସେଠାରେ ଛଦ୍ମ ପରିଚୟ ପ୍ରଦାନ କରି ରହୁଥିବା ୫ ଜଣ ଅପରାଧିଙ୍କୁ ଗିରଫ କରିଛି। ଏମାନେ ଭଦ୍ରକ ଜିଲ୍ଲାରେ ଅନେକ ଅପରାଧ ସହ ଜଡ଼ିତ ଥିବା ବେଳେ ଛତ୍ରପୁର ସହରରେ କେଉଁ କାରଣରୁ ଏମାନେ ରହୁଥିଲେ ଏବଂ ଏମାନଙ୍କ ଛତ୍ରପୁରର ଲିଙ୍କ କଣ ସେ ନେଇ ପୋଲିସ ତନାଘନା ଚଲାଇଛି। ଏମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ କରିଥିବା ହେତୁ ଘଟଣାକୁ ଗୁରୁତ୍ୱର ସହ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here