ଗଞ୍ଜାମ ଜିଲ୍ଲା ପିଡି ଙ୍କ ସ୍ମାର୍ଟ ବିଦ୍ୟାଳୟ ପରିଦର୍ଶନ

0
190

ଶେରଗଡ,୦୪/୦୮/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି)ଶେରଗଡ ବ୍ଲକ ରେ ୨୮ଟି ହାଇସ୍କୁଲ କୁ ସ୍ମାର୍ଟ ହାଇସ୍କୂଲରେ ପରିଣତ କରାଯାଇ ଗୋଟିଏ ଗୋଟିଏ ବିଦ୍ୟାଳୟ ର ଆଧୁନିକକରଣ ପାଇଁ ୪୫ଲକ୍ଷ ଟଙ୍କା ବ୍ଯୟରେ ନିର୍ମାଣ କାର୍ଯ୍ୟ ଚାଲିଛି।ନିର୍ମାଣ କାର୍ଯ୍ୟ ର ଅଗ୍ରଗତି ସଂପର୍କରେ ଅନୁଧ୍ୟାନ କରିବାକୁ ଗଞ୍ଜାମ ଜିଲ୍ଲା ପିଡି ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଶେରଗଡ ବ୍ଳକ ଗସ୍ତରେ ଆସି ଖିରିଡା,ବରମୁଣ୍ଡଳୀ, ବଂଧାଗୁଡା,ତାକରଡା,ଧବଳପୁର,ଲାଂଜିଆପଲ୍ଳୀ,ଧନନ୍ତର, ଗୋବିନ୍ଦପୁର,ଗୋଠଗାଁ,ଠୁରୁବୁରାଇ,କୁରୁଳାଓ ଅଲାରୀଗଡ ର ସ୍ମାର୍ଟ ହାଇସ୍କୁଲ ଓ କ୍ଳାସ ପରିଦର୍ଶନ କରି ତୁରନ୍ତ କାର୍ଯ୍ୟ ସମାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଏହି ଗସ୍ତ ସମୟରେ ବିଡିଓ ଶମ୍ଭୁନାଥ ନନ୍ଦି,କାର୍ଯ୍ୟ ନିର୍ବାହୀଯନ୍ତ୍ରୀ କେଦାରନାଥ ପଣ୍ଡା,ସମୀର ପ୍ରଧାନ ମକରା ସ୍ୱାଇଁ,ଶିଶିର କୁମାର ସାହୁ ଓ ଅଜିତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here