ଗୋଟିଏ ପ୍ରକଳ୍ପ କୁ ଦୁଇଟି ବିଲ୍ କରି ଲକ୍ଷାଧିକ ଟଙ୍କା ଚଳୁ

0
340

ବ୍ରହ୍ମପୁର,୦୮/୦୮/୨୦୨୧: ସହରାଞ୍ଚଳ ଠାରୁ ଆରମ୍ଭ କରି  ଗ୍ରାମାଞ୍ଚଳ ର ବିକାଶ ଲାଗି ସରକାର ଅନେକ ଯୋଜନା ହାତକୁ ନେଉଛନ୍ତି। ଉନ୍ନତି ମୂଳକ କାମ ଲାଗି  ସରକାରୀ ତହବିଲ ରୁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳ ମଧ୍ୟ   କରାଯାଉଛି । ବାସ୍ତବରେ ଏହା କେତେ ଫଳପ୍ରଦ ହେଇଛି ଏହା ଗୋଟିଏ ପୋଖରୀ କୁ ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟ କରଣ କରିବା ଲାଗି ୨୦୨୦-୨୧ ମସିହା ଆର୍ଥିକ ବର୍ଷରେ ପୋଖରୀ ର ଦୁଇଟି ଭିନ୍ନ  ନାମରେ ନାମ କରଣ କରି ଦୁଇ ଥର ଅନୁଦାନ ଆଣି  ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରାଯାଇଥିବା ସାଙ୍ଘାତିକ ଅଭିଯୋଗ ହୋଇଛି।  ଖାଲି ସେତିକି ନୁହେଁ ପୋଖରୀ ର କାମ ସରିବା ର କେଇଟା ଦିନ ନ ପୁରଣ ହେଉଣୁ ବିଭିନ୍ନ ସ୍ଥାନରେ ହିଡ ଫାଟି ଆଁ କଲାଣି।
ବିକାଶ ନାଁରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ।ପଦାରେ ପଡିଲା ସରପଞ୍ଚ ପ୍ରତିନିଧି, ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ମଧୁ ଚନ୍ଦ୍ରିକା ! କାମ ସରିବା ର ମାସେ ନ ପୁରଣୁ ବିଭିନ୍ନ ସ୍ଥାନରେ ଦେଖା ଦେଲାଣି ଫାଟ ଚିହ୍ନ। ଗୋଟିଏ ପୋଖରୀ କୁ ଦୁଇଟି ଭିନ୍ନ  ନାମରେ ନାମ କରଣ କରି ଦୁଇ ଥର ଅନୁଦାନ ଆଣି  ଅର୍ଥ ଚଳୁ। ଦୁର୍ନୀତି ର ଏ ନଗ୍ନ  ଦୃଶ୍ୟ ହେଉଛି ରଙ୍ଗେଇଲୁଣ୍ତା ବ୍ଲକ୍  ଗୋଳନ୍ଥରା ଗ୍ରାମ ର।  ଦୁଇଟି ଫଳକ ଉପରେ ଗୋଟିଏ ଫଳକରେ ଦେବାଳୟ ବନ୍ଧ ନାମକରଣ ରହିଥିବା ବେଳେ ଅନ୍ୟ ଫଳକରେ ନାମ କରଣ ରହିଛି   ଇସାଣେଶ୍ବର ପୋଖରୀର ସୋନ୍ଦର୍ଯ୍ୟକରଣ।  ଅର୍ଥାତ ୨୦୨୦-୨୧ ମସିହା ରେ ପୋଖରୀ ପୁନରୁଦ୍ଧାର ଉଦ୍ଧାର ଓ ସୌନ୍ଦର୍ଯ୍ଯ କାରଣ ନାଁରେ ଗୋଟିଏ ପୋଖରୀ ର ସମାନ  ବର୍ଷ ରେ ଦୁଇଟି ନାମ କରଣ କରି  ଦୁଇଥର ୧୮ଲକ୍ଷରୁ ଟଙ୍କା ର ଅନୁଦାନ ଆଣି ଆତ୍ମସାତ୍ କରାଯାଇଥିବା ଅଭିଯୋଗ ହୋଇଛି।  ଖାଲି ସେତିକି ନୁହେଁ ପୋଖରୀ ର କାମ ସରିବା ର ମାତ୍ର କେଇଟା ଦିିନ ନ ପୁରଣ ହେଉଣୁ  ବିଭିନ୍ନ ସ୍ଥାନରେ ହିଡଫାଟି ଆଁ କଲାଣି।  ପୋଖରୀ ଚତଃପାର୍ଶ୍ବରେ ହୋଇଥିବା ପଥର ପେକିଂ ଗୁଡ଼ିକ  ଧସେଇ ଦବି ଯାଇଛି।  ବିଭାଗୀୟ ଅଧିକାରୀ ଓ ଠିକାଦାର  ମିଲିଭଗତ ରେ ଏଭଳି ନିମ୍ନ ମାନର କାମ କରି ଅର୍ଥ ଆତ୍ମସାତ କରାଯାଇଥିବା ଅଭିଯୋଗ ହେବା ସହ ଉଚ୍ଚ ସ୍ତରୀୟ ତଥା ଭିଜିଲାନ୍ସ ତଦନ୍ତ କରିବା ଲାଗି ସାଧାରଣରେ ଦାବି ହୋଇଛିl ପଞ୍ଚାୟତ ନିର୍ବାହୀ ଅଧିକାରୀ କୌଣସି ଦିନ ପଞ୍ଚାୟତକୁ ଆସୁନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।
ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଗଞ୍ଜାମ  ଜିଲ୍ଲା ରେ କରୋନା ସମୟରେ ଗୋଟିଏ ମାସ ରେ ଦୁଇ କୋଟି ଶ୍ରମ ଦିବସ ସୃଷ୍ଟି କରି ସାରା ଦେଶରେ ବେସ ବାହା ବାହା ନେଉଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।  ହେଲେ ବାସ୍ତବ ରେ ଏଭଳି ଦୁର୍ନୀତି କରି ତର ବରିଆ ଭାବେ କାମ କରି ହରିଲୁଟ ହୋଇଥିବା ପଞ୍ଚାୟତ ର ବୁଦ୍ଧିଜିବି ମତ ଦେଇଛନ୍ତି।  ଶୀଘ୍ର ମରାମତି କରିବା ପାଇଁ ସଂପୃକ୍ତ ଠିକାଦାର ଙ୍କୁ ନିର୍ଦ୍ଦେଶ ଦେବା ସଙ୍ଗେ ସଙ୍ଗେ ନିମ୍ନ ମାନର କାର୍ଯ୍ୟକୁ ତଦନ୍ତ ପରେ
ଜଣାପଡ଼ିବ ବୋଲି ବ୍ଲକ୍ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here