ବୁଗୁଡ଼ାର ଓକିଲଙ୍କୁ ଆକ୍ରମଣ କରି ବାପା ଓ ପୁଅ ଗିରଫ

0
226

ବୁଗୁଡା, ୦୮/୦୮/୨୦୨୧: ବୁଗୁଡା ଅଦାଲତର ଜଣେ ଓକିଲଙ୍କୁ ନିଜ ଗ୍ରାମରେ ଦେବାନି ବିଷୟ ନେଇ ତାଙ୍କର ବିରୋଧୀ ପକ୍ଷର ବାପା ଓ ପୁଅ ମିଳିତ ଭାବେ ଆକ୍ରମଣ କରିବା ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି। ଅଭିଯୋଗରୁ ଜଣାପଡିଛି ଯେ ବୁଗୁଡା କୋର୍ଟର ଓକିଲ ସୀମାଞ୍ଚଳ ନନ୍ଦ , ତାଙ୍କର ନିଜ ଗ୍ରାମ ବୁଗୁଡା ଥାନା ଅନ୍ତର୍ଗତ କୈଳାସ ନଗର ଗ୍ରାମରେ ଥିବା ସମୟରେ ସେହିଗ୍ରାମର ହର୍ଷ ନନ୍ଦ, ପିତା:ନରସିଂହ ଓ ଶିବରାମ ନନ୍ଦ, ପିତା:ହର୍ଷ ଉଭୟ ବାପା ଓ ପୁଅ ଜମିଜମା ବିଷୟରେ ଓକିଲ ସୀମାଞ୍ଚଳଙ୍କୁ ଅଗଷ୍ଟ ୭ ତାରିଖ ସନ୍ଧ୍ୟା ସମୟରେ ଗାଳିଗୁଲଜ କରି ଆକ୍ରମଣ କରିଥିଲେ। ଆହତ ଓକିଲ ଶ୍ରୀ ନନ୍ଦ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେବା ସହ ବୁଗୁଡା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ବୁଗୁଡା ପୋଲିସ ବାପା ହର୍ଷ ନନ୍ଦ ଓ ପୁଅ ଶିବରାମ ନନ୍ଦ ଉଭୟଙ୍କୁ ଗିରଫ କରିଥିବା ବେଳେ ବୁଗୁଡାର କୌଣସି ଓକିଲ ବାପ ଓ ପୁଅ ଦୁହିଁଙ୍କ ସପକ୍ଷରେ ଓକିଲାତି କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାପଡିଛି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here