ଯିଉରା ପଞ୍ଚାୟତରେ କ୍ଲଷ୍ଟରସ୍ତରୀୟ ମନରେଗା ସଚେତନା ଓ ସମୀକ୍ଷା ବୈଠକ ।

0
885

ବ୍ରହ୍ମପୁର, ୦୮/୦୮/୨୦୨୧: ପଞ୍ଚାୟତ ସମିତି କାର୍ଯ୍ୟାଳୟ ସାନଖେମୁଣ୍ଡି ତରଫରୁ ଧାର୍ଯ୍ୟ ଆଦେଶ ପ୍ରକାରେ ଆଜି ଜୀଉରା ପଞ୍ଚାୟତ କାର୍ଯ୍ୟାଳୟ ବୈଠକ ଗୃହରେ କ୍ଲଷ୍ଟରସ୍ତରୀୟ ମନରେଗା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଅଛି । ପାଟପୁର , ରାଧାଦେଇପୂର , ପାଇକ ରାମଚନ୍ଦ୍ରପୁର , ଗଙ୍ଗାପୁର , ଖଲିଙ୍ଗି , ଏରେଣ୍ଡରା ଓ ଜିଉରା ପଞ୍ଚାୟତର ଗାଁ ସାଥିଙ୍କୁ ନେଇ ଅନୁଷ୍ଠିତ ଏହି ସଚେତନା କାର୍ଯ୍ୟକ୍ରମରେ ରୋଜଗାର ସେବକ , ନିର୍ବାହୀ ଅଧିକାରୀ , କନିଷ୍ଠ ଯନ୍ତ୍ରୀ , ବୈଷୟିକ ସହାୟକ ଉପସ୍ଥିତ ରହି ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ଚୂଡାନ୍ତ ରୂପରେଖକୁ ନେଇ ତର୍ଜମା କରିଥିଲେ । କରୋନା ସଂକ୍ରମଣ ପରବର୍ତ୍ତୀ ଶ୍ରମ ନିଯୁକ୍ତି ଭିତ୍ତିରେ ମନରେଗା କାର୍ଯ୍ୟକ୍ରମରେ ଶତ ପ୍ରତିଶତ ଆଶାୟୀଙ୍କୁ କାମଧନ୍ଦା ଯୋଗାଇବା ସହିତ ଯୋଜନାର କାର୍ଯ୍ୟକାରିତା ଅନୁଯାୟୀ ଶ୍ରମିକ ମଜୁରୀ ପ୍ରଦାନ , ଆଦର୍ଶ ଗୁହାଳ , ବନୀକରଣ , ଗ୍ରାମ ବଗିଚା , ଚେକ୍ ଡେମ ନିର୍ମାଣ ସହିତ ଜଳସେଚନ ପାଇଁ ସେଚକୁପ ନିର୍ମାଣ ନେଇ ଗାଁ ହିତାଧିକାରୀଙ୍କୁ ସଚେତନା କରିବାକୁ ପରାମର୍ଶ କରାଯାଇଥିଲା । ଯିଉରା ସରପଞ୍ଚ ଶ୍ରୀମତୀ ଲିସାରାଣି ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ ଉପସ୍ଥିତ ରହି ମନରେଗା ବିଷୟବସ୍ତୁକୁ ନେଇ ଅଂଶଗ୍ରହଣକାରୀଙ୍କୁ ଅବତାରଣା କରିଥିବା ବେଳେ ସହକାରୀ କାର୍ଯ୍ୟକ୍ରମ ଅଧିକାରୀ ଅରୁଣ କୁମାର ସ୍ବାଇଁ ଯୋଜନା ସମନ୍ଧରେ ଆଲୋକପାତ କରିଥିଲେ ।ଏହି ଅବସରରେ ବିଡ଼ିଓଙ୍କ ଉପସ୍ଥିତିରେ ଜିଉରା ପଞ୍ଚାୟତର ୨୭ ଜଣ ନୂଆଁ ହିତାଧିକାରୀଙ୍କୁ ସରପଞ୍ଚଙ୍କ ଦ୍ଵାରା ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଇଥିଲା । ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପାତ୍ରଙ୍କ ସହ ସମିତି ସଭ୍ୟ ରଘୁନାଥ ସାହୁ ଅଂଶଗ୍ରହଣ କରି ବୈଷୟିକ କର୍ମଚାରୀ , ଅଧିକାରୀଙ୍କ ସହିତ ଗାଁ ସାଥିଙ୍କ ସମନ୍ଵୟକୁ ଗୁରୁତ୍ୱାରୋପ କରିଥିଲେ ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here