କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସଙ୍ଗୀତ ମହାବିଦ୍ୟାଳୟ ସ୍ଥାପନ ମୂଳଦୁଆ ପଡ଼ିଲା

0
245

ବ୍ରହ୍ମପୁର,୨୭/୦୮/୨୦୨୧ :
କଳା ଓ କଳାକାର ହୀତୈଷୀ ମହାମଞ୍ଚ “ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ” ପକ୍ଷରୁ ସ୍ଥାନୀୟ ସିଟି ହାଇ ସ୍କୁଲ ରୋଡ ସ୍ଥିତ ମାନସ ଭବନ ପରିସରରେ ରାଜ୍ୟ ପ୍ରତିନିଧି ସ୍ତରୀୟ କଳାକାର ସମାବେଶ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସମାଜ ଦେବୀ ତଥା ମାନସ ଭବନ ସଭାପତି ସନ୍ତୋଷ କୁମାର ସୁବୁଦ୍ଧି, ବରିଷ୍ଠ ସଙ୍ଗୀତଜ୍ଞ ସୀମାଞ୍ଚଳ ଦାସ ମୁଖ୍ୟ ବକ୍ତା ଏବଂ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଓଡ଼ିଶୀ ଅଧ୍ୟାପକ ଗୁରୁ ନିମାକାନ୍ତ ରାଉତରାୟ, ପ୍ରଫୁଲ୍ଲ ମହାପାତ୍ର, ସଙ୍ଗୀତ ଗୁରୁ ବି. ଜଗନ୍ନାଥ ଦୋରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିମୁଖତା ପାଇଁ କ୍ଷୋଭ ପ୍ରକାଶ କରିବା ସହିତ ଦୃଢ଼ ପ୍ରତିବାଦ କରିଥିଲେ । ଏ ସମ୍ପର୍କରେ ପୁନର୍ବିଚାର ନିମନ୍ତେ ମହାମହିମ ରାଷ୍ଟ୍ରପତି ଓ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ମହାସଂଘ ପ୍ରତିନିଧି ଦଳ ପ୍ରାର୍ଥନା ପତ୍ର ନେଇ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ମହୋଦୟଙ୍କୁ ପ୍ରଦାନ କରିଥିଲେ । ଏଥିରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ କିଛି କଳା ଓ କଳାକାର ହୀତୈଷୀ ଦାବି ମଧ୍ୟ କରାଯାଇଥିଲା ।ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସଙ୍ଗୀତ ମହାବିଦ୍ୟାଳୟ ପ୍ରତିଷ୍ଠା ଘେନି ଦ୍ଵିତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ପ୍ରସ୍ତାବିତ ସଙ୍ଗୀତ ମହାବିଦ୍ୟାଳୟର ସଭାପତି ଭାବରେ ସି.ଏଚ. ସନ୍ତୋଷ କୁମାର ସୁବୁଦ୍ଧିଙ୍କୁ ଚୟନ କରାଯାଇଥିଲା । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାର ପ୍ରତିନିଧି ସର୍ବଶ୍ରୀ ହୃଷୀକେଶ ହୋତା, ପ୍ରଫୁଲ୍ଲ ବେହେରା,ତ୍ରିଲୋଚନ ପଣ୍ଡା, ଦଣ୍ଡପାଣି ବରାଡ, ଗୁରୁ ହରିଶ୍ଚନ୍ଦ୍ର ଦାସ, ବଳଦେବ ସାହୁ, କୁନୁ ବେହେରା, ପ୍ରଦୀପ କୁମାର ସାହୁ, ମହେନ୍ଦ୍ର କୁମାର ସାହୁ, ନୀଳ ମାଧବ ଜେନା, ସୁନୀତା ତ୍ରିପାଠୀ, ରୀତି ସ୍ନିଗ୍ଧା ମିଶ୍ର, ଉର୍ମିଳା ଗଉଡ, ଅନୁରାଧା ପାଣି, ଗଣେଶ ପଟ୍ଟନାୟକ, ଶଙ୍କର୍ଷଣ ପାତ୍ର, ସନ୍ତୋଷ କୁମାର ବେହେରା, ନାରାୟଣ ନାହାକ, ପ୍ରଫୁଲ୍ଲ ଚନ୍ଦ୍ର ନାୟକ, ରବି ନାରାୟଣ ଦାଶ, ଜଗନ୍ନାଥ ପାତ୍ର ପ୍ରମୁଖ ବହୁ କଳାକାର ଯୋଗଦେଇଥିଲେ । ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ ଦେଇଥିବା ବେଳେ ସଙ୍ଗୀତ ସାଧକ ମନୋଜ କୁମାର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଶେଷରେ ନାଟ୍ୟକାର ପ୍ରଫୁଲ୍ଲ ବେହେରା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here