ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଭାବେ ଯୋଗ ଦେଲେ ସଂଗ୍ରାମ ଦେହୁରୀ

0
387

ବ୍ରହ୍ମପୁର, ୦୮/୦୯/୨୦୨୧(ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ଆଜି ସଂଗ୍ରାମ ଦେହୁରୀ ଯୋଗ ଦେଇଛନ୍ତି। ନୂତନ ଦାୟିତ୍ୱକୁ ନେଇ ଉତ୍ସାହିତ ଥିବା କହିଛନ୍ତି ଶ୍ରୀ ଦେହୁରୀ । ସେ ଏହା ପୂର୍ବରୁ ରମ୍ଭା ଥାନାରେ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ଦାୟିତ୍ୱ ଗ୍ରହଣ ପରେ ଅପରାଧିକ କାର୍ଯ୍ୟକଳାପ ତଥା ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣକୁ ପ୍ରାଥମିକତା ଦିଆଯିବ ବୋଲି ଶ୍ରୀ ଦେହୁରୀ ପ୍ରକାଶ କରିଛନ୍ତି । ଅନ୍ୟପଟେ ବେଗୁନିଆପଡା ଫାଣ୍ଡିରେ କାର୍ଯ୍ୟରତ ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀଙ୍କୁ ହୁମା ଫାଣ୍ଡି ଅଧିକାରୀ ରୂପେ ବଦଳି କରାଯାଇଥିବା ନେଇ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here