ବାଲିଛାଇ ସହ ଉପ-ଆରକ୍ଷୀ ନିରୀକ୍ଷକଙ୍କୁ ଡିଜିପି ପୁରସ୍କାର

0
464

ପୋଲସରା, ୦୯/୦୯/୨୦୨୧: ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଳକ, କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବାଲିଛାଇ ଫାଣ୍ଡିରେ କାର୍ଯ୍ୟରତ ଏ.ଏସ.ଆଇ. ତଥା ଭାରପ୍ରାପ୍ତ ଫାଣ୍ଡି ଅଧିକାରୀ ଉମା ଚରଣ ପ୍ରହରାଜ ଙ୍କୁ ଡିଜିପି ପୁରସ୍କାର ପ୍ରାପ୍ତ ହୋଇଥିବା ଜଣାପଡିଛି। ୨୦୨୦ ବର୍ଷରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରୀ ପ୍ରହରାଜଙ୍କୁ ଡିଜିପି ପୁରସ୍କାର ମିଳିଛି। ଗଞ୍ଜାମ ପୋଲିସ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ, ଶ୍ରୀ ପ୍ରହରାଜଙ୍କୁ ସମ୍ବର୍ଦ୍ଧିତ କରି ଡିଜିପି ଆୱାର୍ଡ ପ୍ରଦାନ କରିବା ସହ ଭବିଷ୍ୟତରେ ଜନସାଧାରଣଙ୍କ ପ୍ରତି ସେବା ମନୋବୃତ୍ତୀ, କଠିନ ପରିଶ୍ରମ ଓ ଉତ୍ସଗ୍ରୀକୃତ ସେବା ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ଶ୍ରୀ ପହରାଜ ଗତ ଚାରିବର୍ଷ ଧରି ବାଲିଛାଇ ଫାଣ୍ଡିରେ କାର୍ଯ୍ୟ କରୁଛନ୍ତି । ସେ ପ୍ରକାଶ କରିଛନ୍ତି ଯେ ଲୋକଙ୍କ ସେବା କରିବା ମୋର ପ୍ରଥମ କର୍ତ୍ତବ୍ୟ ହେବ। ମୁଁ ମୋର କର୍ତ୍ତବରୁ କେବେବି ନିବୃତ୍ତ ରହିବିନାହିଁ। ଶ୍ରୀ ପହରାଜଙ୍କୁ ଡିଜିପି ଆୱାର୍ଡ ମିଳିଥିବା ଯୋଗୁଁ ବାଲିଛାଇ ଫାଣ୍ଡି ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି। ଏଥିସହ କବିସୂର୍ଯ୍ୟ ନଗର ପୋଲିସ ଥାନା ଆଇଆଇସି ପ୍ରଭାତ କୁମାର ସାହୁ ବାଲିଛାଇ ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହରାଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here