*ଫାଙ୍କିଦେଲେ ମନ୍ତ୍ରୀ, କହିଲେ ‘ମୋ ସାଇକେଲ’ ସ୍କିମ୍ ସଫଳ.*

0
253

ଭୂବନେଶ୍ୱର,୦୮/୦୯/୨୦୨୧: ରାଜଧାନୀ ଭୁବନେଶ୍ୱରରେ ‘ମୋ ସାଇକେଲ’ ଯୋଜନାରେ ଉଦ୍ଦିଷ୍ଟ ସାଇକେଲଗୁଡ଼ିକର ରକ୍ଷଣାବେକ୍ଷଣ ଅଭାବ ଓ ଅନ୍ୟାନ୍ୟ କାରଣରୁ ସାଧାରଣ ଲୋକେ ଏହାକୁ କବାଡ଼ିଆଙ୍କୁ ବିକ୍ରି ପାଇଁ ନେଉଥିବାର ଦୃଶ୍ୟ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ଫାଙ୍କି ଦେଇଛନ୍ତି। ଏହି ‘ମୋ ସାଇକେଲ’ ଯୋଜନା ଲୋକଙ୍କ ଦ୍ୱାରା ଆଦୃତ ହୋଇଛି ଓ ବିଫଳ ହୋଇନି ବୋଲି ବିଧାନସଭାରେ ଆଜି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଆଜି ବିଧାୟକ ସୁରେଶ କୁମାର ରାଉତରାୟ ଓ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ଭୁବନେଶ୍ୱର ସ୍ମାର୍ଟସିଟି ମିଶନ ଏସପିଭି ଦ୍ୱାରା ୨୦୧୮ ମସିହାରେ କ୍ୟାପିଟାଲ ରିଜନ୍ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ) ମାଧ୍ୟମରେ ୩ଟି ସଂସ୍ଥାଠୁ ୨୫ହଜାର ଟଙ୍କା ଲେଖାଁଏ ଦରରେ ୨ହଜାରଟି ସାଇକେଲ କିଣା ଯାଇଥିଲା । ଏଥିପାଇଁ ୫କୋଟି ଟଙ୍କା ବ୍ୟୟ ହୋଇଥିଲା । ସେଥିରୁ ଏବେ ଏକହଜାର ସାଇକେଲ କାର୍ଯ୍ୟକ୍ଷମ ଥିବାବେଳେ ଅବଶିଷ୍ଟ ଏକ ହଜାର ସାଇକେଲର ରକ୍ଷଣାବେକ୍ଷଣ ତଥା ମରାମତି କାର୍ଯ୍ୟ ଚାଲିଛି । ପ୍ରକଳ୍ପଟି ଜନସାଧାରଣଙ୍କ ଦ୍ୱାରା ଆଦୃତ ହୋଇଥିବାରୁ ବିଫଳ ହେବାର ପ୍ରଶ୍ନ ଉଠୁନାହିଁ ।ମନ୍ତ୍ରୀଙ୍କ ବିଧାନସଭାରେ ଏଭଳି ଉତ୍ତର ପରେ ‘ମୋ ସାଇକେଲ’ ଯୋଜନାର ବାସ୍ତବତା ଓ ମନ୍ତ୍ରୀଙ୍କ ବୟାନକୁ ନେଇ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ଦେଖାଦେଇଛି।

LEAVE A REPLY

Please enter your comment!
Please enter your name here