ବୁଗୁଡା ପୋଲିସ ଥାନାର ଏ.ଏସ.ଆଇ.ଙ୍କୁ ଡିଜିପି ପୁରସ୍କାର

0
175

ବୁଗୁଡା, ୦୯/୦୯/୨୦୨୧: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପୋଲିସ ଥାନାରେ କାର୍ଯ୍ୟରତ ଏ.ଏସ.ଆଇ. ଯୁଧିଷ୍ଠିର ମହାଙ୍କୁଡ଼ ଙ୍କୁ ଡିଜିପି ପୁରସ୍କାର ପ୍ରାପ୍ତ ହୋଇଥିବା ଜଣାପଡିଛି। ୨୦୨୦ ବର୍ଷରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରୀ ମହାଙ୍କୁଡଙ୍କୁ ଡିଜିପି ପୁରସ୍କାର ମିଳିଛି। ଗଞ୍ଜାମ ପୋଲିସ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ, ଶ୍ରୀ ମହାଙ୍କୁଡଙ୍କୁ ସମ୍ବର୍ଦ୍ଧିତ କରି ଡିଜିପି ଆୱାର୍ଡ ପ୍ରଦାନ କରିବା ସହ ଭବିଷ୍ୟତରେ ଜନସାଧାରଣଙ୍କ ପ୍ରତି ସେବାମନୋବୃତ୍ତୀ, କଠିନ ପରିଶ୍ରମ ଓ ଉତ୍ସଗ୍ରୀକୃତ ସେବା ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ଯୁଧିଷ୍ଠିର ମହାଙ୍କୁଡ଼ ବର୍ତ୍ତମାନ ବୁଗୁଡା ପୋଲିସ ଥାନାରେ ସହ ଉପ-ନିରୀକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି । ସେ ପ୍ରକାଶ କରିଛନ୍ତି ଯେ ଲୋକଙ୍କ ସେବା କରିବା ତାଙ୍କର ପ୍ରଥମ କର୍ତ୍ତବ୍ୟ ହେବ। ସେ କର୍ତ୍ତବରୁ କେବେବି ନିବୃତ୍ତ ରହିବେ ନାହିଁ ବୋଲି ପ୍ରକାଶ କରିଛନ୍ତି। ଶ୍ରୀ ମହାଙ୍କୁଡଙ୍କୁ ଡିଜିପି ଆୱାର୍ଡ ମିଳିଥିବା ଯୋଗୁଁ ବୁଗୁଡା ଥାନା ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି। ଏଥିସହ ବୁଗୁଡା ପୋଲିସ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ସମେତ ସମସ୍ତ କର୍ମଚାରୀ ବୃନ୍ଦ ଶ୍ରୀ ମହାଙ୍କୁଡଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here