“ସ୍ବାସ୍ଥ୍ୟ ହିଁ ସମ୍ପଦ” ଆଲୋଚନା ଚକ୍ର ଅନୁଷ୍ଠିତ

0
363

ବ୍ରହ୍ମପୁର, ୦୪/୧୦/୨୦୨୧: କୋଭିଡ-୧୯ ପ୍ରଭାବରେ ପ୍ରଭାବିତ ହୋଇ ନାଗରିମାନେ ଅତିଷ୍ଠ ହୋଇ ନିଜ ଆର୍ଥିକ ଅନାଟନ ମଧ୍ୟରେ ଚଳୁଥିବା ବେଳେ ବଜାରରେ ଚଢ଼ା ଦରରେ ଅପମିଶ୍ରଣ ଖାଦ୍ୟପଦାର୍ଥ ବିକ୍ରୀ ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ବିପଦ ମୁହଁକୁ ଠେଲିଦେଉଛି। ପ୍ରତ୍ୟେକ ଛୋଟ ଓ ବଡ଼ ଦୋକାନ, ହୋଟେଲ, ଆମିଷ ବଜାର, ଫାଷ୍ଟ ଫୁଡ୍ କେନ୍ଦ୍ର ଗୁଡ଼ିକୁ ପ୍ରଶାସନ ପକ୍ଷରୁ ନିୟମିତ କଡାକଡ଼ି ଯାଞ୍ଚର ଆବଶ୍ୟକ ରହିବା ଜରୁରୀ ଅଟେ। ଏହାସହ ଦରଦାମ ଉପରେ ଅଙ୍କୁଶ ଲଗାଇବା ନିହାତି ଆବଶ୍ୟକତା ଅଛି। ଫୁଡ୍ ଲାଇସେନ୍ସ ଓ ଉପଯୁକ୍ତ ବିଶୁଦ୍ଧ ପାନୀୟ ଜଳ ନଥିବା ଖାଦ୍ୟ କେନ୍ଦ୍ର ଗୁଡ଼ିକୁ ବନ୍ଦ କରିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ଆବଶ୍ୟକ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହି ସବୁ ପଦକ୍ଷେପ ପାଇଁ ପ୍ରଶାସନ ତପ୍ତରତା ପ୍ରକାଶ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନ୍ୟ ପକ୍ଷରେ ଚାଇନା ସଲଟ ବ୍ୟବହାର ନ କରିବା ଉପରେ ସମସ୍ତେ ସଚେତନତା ହେବା ଆବଶ୍ୟକ ବୋଲି ସର୍କିଟ ହାଉସ୍ ସମ୍ମିଳନୀ ପ୍ରୋକୋଷ୍ଟ ରେ ରୋଟାରୀ କ୍ଲବ ମିଡ୍ ଟାଉନ୍ ଓ ମହାନ୍ ହେଲଥ ଫାଉଣ୍ଡେସନ ପକ୍ଷରୁ “ସ୍ୱାସ୍ଥ୍ୟ ହିଁ ସମ୍ପଦ” ଆଲୋଚନା ଚକ୍ରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଏଥିସହ ନିକଟ ଭବିଷ୍ୟତରେ ବିଭିନ୍ନ ସାମାଜିକ ସଂଗଠନ, ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରି ବ୍ୟାପକ ଜନସଚେତନତା ସୃଷ୍ଟି କରି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଚିବଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁରୋଧ କରାଯିବାକୁ ସ୍ଥିର ହୋଇଥିଲା। ହେଲଥ ଫାଉଣ୍ଡେସନ୍ ଓ ରୋଟାରୀ କ୍ଲବ୍ ସଭାପତି ସୁଶାନ୍ତ ସାବତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଡ. ଜୟନ୍ତି ରାଓ, ଗୋକୁଳ ଦାସ, ଅଳକା ସାହୁ, ପ୍ରକାଶ ଭାଜନି, ସଞ୍ଜୟ ମାଝି, ଶ୍ରୀକାନ୍ତ ସାବତ, ଅନତ ପ୍ରଧାନ, ବିଭୂତି ସାହୁ, ଲଳିତ ପାଢ଼ୀ, ହରିକୃଷ୍ନ ମିଶ୍ର , ଇ ତେଜେଶ୍ୱର୍ ରାଓ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ହରିପ୍ରସାଦ ମାଳନା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସମ୍ପାଦକ ପ୍ରଶାନ୍ତ ପାତ୍ର ଧନ୍ୟବାଦ ଅର୍ପଣକରିଥିଲେ।

LEAVE A REPLY

Please enter your comment!
Please enter your name here