ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ର ସୁରକ୍ଷା ପାଇଁ ଦାବୀ

0
224

ବ୍ରହ୍ମପୁର,୦୯/୧୦/୨୦୨୧: ଅବହେଳିତ ଅବସ୍ଥାରେ ଥିବା ବ୍ରହ୍ମପୁର ଗିରିରୋଡ ଛକ ସ୍ଥିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତିର ସୁରକ୍ଷା ପାଇଁ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଦାବୀ ହୋଇଛି ।ଆଜି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ଅବସରରେ ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜି ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତିଚାରଣ କରାଯାଇଛି l ସହରରେ ଥିବା ବିଭିନ୍ନ ମହାମନୀଷୀଙ୍କ ପ୍ରତିମୂର୍ତ୍ତି ର ସୁରକ୍ଷା ନେଇ ମହାନଗର ନିଗମ ପକ୍ଷରୁ କୌଣସି ଉଦ୍ୟମ ନିଆନଯିବା କୁ ବୁଦ୍ଧିଜୀବୀମାନେ ନିନ୍ଦା କରିଛନ୍ତି l ଗିରିରୋଡ ଛକ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି । ପ୍ରତିମୂର୍ତ୍ତି ଉପରଛାତ ଅତ୍ୟନ୍ତ ବିପଦପୁର୍ଣ ଅବସ୍ଥାରେ ଥିବା ଏବଂ ଯେକୌଣସି ସମୟରେ ଛାତ ଟି ତଳକୁ ଖସିଯିବାର ଆଶଙ୍କା ରହିଛି l ଏଣୁ ତୁରନ୍ତ ମରାମତି କରିବା ପାଇଁ ପୂଜ୍ୟ ପୂଜା ସମିତିର ସଭାପତି ବଂଶୀଧର ଭୂୟାଁ, ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ର ସଭାପତି ରାଜେନ୍ଦ୍ର ପଣ୍ଡା, ଏସ. ସାମ୍ବାଶିବା ରାଓ ପ୍ରମୁଖ ଦାବି କରିଛନ୍ତି l

LEAVE A REPLY

Please enter your comment!
Please enter your name here