ବିଦ୍ଯୁତ କର୍ମଚାରୀଙ୍କ ମୃତ ଘଟଣାରେ ଶବ ରଖି ଆସ୍କା ଭୁବନେଶ୍ୱର ରାସ୍ତା ଅବରୋଧ

0
258

ବ୍ରହ୍ମପୁର, ୦୯/୧୦/୨୦୨୧ (ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା କୋଦଳା ଥାନା ମଠସରସିଙ୍ଗ ମେଇନରୋଡ଼ରେ ଗତକାଲି ସନ୍ଧ୍ୟା ରେ ବିଦ୍ଯୁତ ଆଘାତ ରେ ଜଣେ ବିଦ୍ଯୁତ କର୍ମଚାରୀ ମୃତ୍ଯୁ ଘଟଣାରେ ଆଜି କୋଦଳା ମେଡିକାଲରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସେହିଠାରୁ ମୃତ ବରଣ କରିଥିବା ଅମୁଲ୍ୟକୁ ସମ୍ପର୍କୀୟ ଓ ନିଜ ଗ୍ରାମବାସୀ କୋଦଳା ବସଷ୍ଟାଣ୍ଡକୁ ନେଇ ଆସ୍କା ଭୁବନେଶ୍ୱର ରାସ୍ତା ପ୍ରାୟ ୩ଘଣ୍ଟା ଧରି ଅବରୋଧ କରିଥିଲେ। ସେମାନଙ୍କର ଦାବିଥିଲା ମୃତପରିବାରକୁ ୧୪ଲକ୍ଷ କ୍ଷତିପୂରଣ ସହ ତାଙ୍କ ସ୍ତ୍ରୀଙ୍କୁ ସ୍ଥାୟୀ ନିଯୁକ୍ତି । ଘଟଣାସ୍ଥଳରେ ବିଦ୍ୟୁତ୍ ବିଭାଗର ପ୍ରୋଜେକ୍ଟ ଇଞ୍ଜିନିୟର ଶିବପ୍ରସାଦ ପହଞ୍ଚି ୫୦ହଜାର ଟଙ୍କା ଶବ ସଂସ୍କାର ନିମନ୍ତେ ଦେଇଥିଲେ । ଏକ ବଣ୍ଡ ଯୋଗେ ଲିଖିତ ଭାବରେ ଦେଇଥିଲେ କି ପରିବାରର ଜଣକୁ ସ୍ଥାୟୀ ନିଯୁକ୍ତି ଏବଂ ୧୪ଲକ୍ଷଟଙ୍କା ଆର୍ଥିକ ସାହାଯ୍ୟ ଅତିଶୀଘ୍ର ଦିଆଯିବା ସହ ଯେଉଁ ଦୁର୍ଘଟଣା ଟି ଘଟିଲା ତାହାର ତଦନ୍ତ କରାଯିବ । ପରେ ଲୋକମାନେ ରାସ୍ତା ଅବରୋଧ ରୁ ହଟିଥିଲେ । କୋଦଳା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ । ପ୍ରକାଶ ଥାଉକି ଗତକାଲି ସନ୍ଧ୍ୟାରେ ମଠସରସିଙ୍ଗରେ ଏକ ବିଦ୍ଯୁତ ଖୁଣ୍ଟରେ ଚଢି କାମକରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ବେଗୁନିଆପଡା ବ୍ଲକ ଗୁଞ୍ଜବଳା ଗ୍ରାମର ଅମୁଲ୍ୟରତ୍ନ ରାଉତ ମୃତ୍ୟୁ ବରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here