ବଉଳଝୋଳିରେ ଜୁଆ ଆଡ୍ଡା ଚଢ଼ାଉ:୧୧ ଗିରଫ

0
292

କୁକୁଡ଼ାଖଣ୍ଡି, ୧୨/୧୦/୨୦୨୧:ବ୍ରହ୍ମପୁର ସଦର ଥାନା ପୋଲିସ ପକ୍ଷରୁ ବଉଳଝୋଳି ଗ୍ରାମ ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଥିବା ବେଳେ ୧୧ଜଣ ଜୁଆଡିଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।ସୂଚନା ପ୍ରକାରେ ଜାଣିବାକୁ ମିଳିଛି ଯେ,ଆଜି ସନ୍ଧ୍ୟା ସମୟରେ ସଦର ଥାନା ଅନ୍ତର୍ଗତ ବଉଳଝୋଳି ଗ୍ରାମ ନିକଟରେ କିଛି ବ୍ୟକ୍ତି ଜୁଆ ଖେଳୁଥିବା ଖବର ପାଇଥିଲେ ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ।ତେବେ ଥାନା ଅଧିକାରୀ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଉକ୍ତ ଜୁଆ ଆଡ୍ଡା ଉପରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ।ଏହି ଚଢ଼ାଉ ବେଳେ ୧୧ ଜଣ ଜୁଆଡି ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୨,୫୦୦ ଟଙ୍କା ଓ ୨ଟି ତାସ୍ କାଟା ଜବତ କରାଯାଇଛି।ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମରେ ସଦର ଥାନାରେ କେସ ନମ୍ବର ୩୩୩/୨୧ ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ସଦର ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି।ତେବେ ଏହି ଚଢ଼ାଉରେ ସଦର ଥାନା ପୋଲିସ ଟିମ୍ ଓ ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତିରଞ୍ଜନ ବେହେରା ଓ ତାଙ୍କ ଟିମ୍ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here