ପାତ୍ରପୁର ଅଞ୍ଚଳରେ ବଢୁଛି ଅବୈଧ ଆନ୍ଧ୍ର ଗୋ ଚାଲାଣ । ନୀରବଦ୍ରଷ୍ଟା ପ୍ରଶାସନ ।

0
467

ପାତ୍ରପୁର,୨୭/୧୦/୨୦୨୧: ଗଞ୍ଜାମ ଜିଲ୍ଲା ଆନ୍ଧ୍ର ସୀମାନ୍ତ ପାତ୍ରପୁର ତହସିଲ ଅଞ୍ଚଳରେ ପ୍ରତ୍ୟହ ଆନ୍ଧ୍ର ଗୋ ଚାଲାଣ ହେଉଥିବା ନଜରକୁ ଆସୁଅଛି। ନିର୍ଦ୍ଧିଷ୍ଟ ଭାବରେ ସ୍ଥାନୀୟ ଅଞ୍ଚଳରୁ ଟ୍ରକ୍ , ଟାଟା ଏସିଇ ଓ ପିକ ଅପ୍ ଆଦି ଗାଡିରେ ଏହି ରାସ୍ତା ଦେଇ ବେପାରୀମାନେ ଆନ୍ଧ୍ରକୁ ଗୋରୁ ଗାଈଙ୍କୁ ଅବୈଧ ଚାଲାଣ ନେଇ ଅଭିଯୋଗ କରୁଥିଲେ ମଧ୍ୟ ସୁଚିନ୍ତିତ ଭାବେ ପ୍ରଶାସନ ଚୁପ୍ ରହୁଥିବା ଜଣାଯାଇଛି । ଏହି କ୍ରମରେ ଆଜି ପାତ୍ରପୁର ବସଷ୍ଟାଣ୍ଡ ନିକଟରେ ଜରଡା ପୋଲିସ ପକ୍ଷରୁ ଏକ ଟାଟା ଏସିଇ ଗାଡି ସହ ୫ଟି ଗାଇ ଜବତ କରିଥିବା ସୂଚନା ରହିଅଛି । ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚୁଡଙ୍ଗପୁର ଗ୍ରାମରୁ ୫ଟି ଗାଈକୁ ଆନ୍ଧ୍ର ଚାଲାଣ ପାଇଁ ଆଣୁଥିବା ଏହି ଟାଟା ଏସି ଗାଡି ନଂ – (ଓଡି ୦୭ ୱାଇ ୪୭୬୯ )ରେ ପାତ୍ରପୁର ବ୍ଳକ ସାମନ୍ତିଆପଲ୍ଲି ପଞ୍ଚାୟତର ଆମ୍ଭଗାଁ ଚାଲାଣ କରୁଥିବା ସମୟରେ ପାତ୍ରପୁର ବସଷ୍ଟାଣ୍ଡ ନିକଟରେ କାର୍ଯ୍ୟରତ କନଷ୍ଟେବଳ ସନ୍ତୋଷ କୁମାର ରାଉତ ଗାଡିକୁ ଅଟକାଇ ଜରଡା ଥାନା ଅଧିକାରୀଙ୍କୁ ଜଣାଇ ଥିଲେ । ଜରଡା ଥାନା ପକ୍ଷରୁ ସବ୍ ଇନ୍ସପେକ୍ଟର ସତ୍ୟନାରାୟଣ ପାଢ଼ୀ ଘଟଣା ସ୍ଥଳରେ ପହଞ୍ଚି ଗୋ ଚାଲାଣ କରୁଥିବା ସମୃକ୍ତ ଗାଡିକୁ ଜବତ କରିବା ସହିତ ଜରଡା ଥାନାରେ ରଖି ପଚରାଉଚରା କରାଯାଉଥିବା ସୂଚନା ରହିଅଛି। ଗାଡି ଡ୍ରାଇଭର ସନ୍ତୋଷ ଗୌଡ଼ ଓ ଗୋ ଚାଲାଣକାରୀ ମାଟ୍ଟା ବୁଲ୍ଲାଙ୍କୁ ଥାନାରେ ଅଟକ ରଖି ଥିବା ଜଣାପଡିଛି । ଏହା ସହିତ ଉଭୟଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜରଡା ଥାନା ପକ୍ଷରୁ ସବ୍ ଇନ୍ସପେକ୍ଟର ସତ୍ୟନାରାୟଣ ପାଢ଼ୀଙ୍କ ଦ୍ବାରା ସୁଚନା ମିଳିଅଛି । ଅନ୍ୟପକ୍ଷରେ ଅଞ୍ଚଳ ଗୋ ସମ୍ପଦର ବିକାଶ ପାଇଁ ପ୍ରଶାସନ ଏହି ଅବୈଧ ଗୋ ଚାଲାଣରେ ପ୍ରତିବନ୍ଧକ ଲଗାଇ ଆନ୍ଧ୍ର ବେପାରୀଙ୍କ ଏହି କୁ କାର୍ଯ୍ୟକୁ ଦୃଢ଼ ହସ୍ତରେ ଦମନ କରାଯିବାକୁ ନେଇ ଉଭୟ ପୋଲିସ ଓ ପ୍ରଶାସନ ମିଳିତ ଉଦ୍ୟମ କରିବାକୁ ଅଞ୍ଚଳ ବୁଦ୍ଧିଜୀବୀ ମହଲ ଦାବି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here