ଅଳିଭ ରିଡଲେ କଇଁଚଙ୍କ ସୁରକ୍ଷିତ ଅଣ୍ଡାଦାନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ

0
140

ବ୍ରହ୍ମପୁର,୦୬/୧୧/୨୦୨୧: ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଅଳିଭ ରିଡଲେ କଇଁଚଙ୍କ ଗଣ ଅଣ୍ଡାଦାନ ପାଇଁ ଆଗମନକୁ ନଜରରେ ରଖି ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତି ବର୍ଷ ଶିତ ଋତୁରେ ଏଠାକୁ ହଜାର ହଜାର କଇଁଚ ଗଣ ଅଣ୍ଡାଦାନ ପାଇଁ ଆସିଥାନ୍ତି । ତେବେ ସେମାନଙ୍କ ଆଗମନକୁ ଦେଖି ବନ ବିଭାଗ ଏବଂ କଇଁଚଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବିଭି୍ନ୍ନ ବିଭାଗର ଅଧିକାରୀ ଓ ସ୍ୱେଚ୍ଛାସେବୀ ସଂସ୍ଥାର ସଦସ୍ୟଙ୍କ ସହ ଆଜି ଆଲୋଚନା ହୋଇଛି । ଏହା ସହ ବିନା ପ୍ରତି ବନ୍ଧକରେ ସୁରକ୍ଷାର ସହ ଏହି ଗଣ ଅଣ୍ଡାଦାନ ପକ୍ରୀୟ କିପରି ଶେଷ ହେବ ସେ ନେଇ ସମସ୍ତଙ୍କ ପରାମର୍ଶ ଲୋଡିବା ସହ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ଆହ୍ୱାନ କରାଯାଇଛି । ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକଙ୍କ ସଭାପତିତ୍ୱରେ ଅୟୋଜିତ ବୈଠକରେ ଏସିଏଫ ଅଶୋକ ବେହେରା, ତହସିଲଦାର ଗଞ୍ଜାମ ଓ ଛତ୍ରପୁର, ଗୋପାଳପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ, ଅବତୈନିକ ବନ୍ୟପ୍ରାଣୀ ତତ୍ୱବଧାରକ ସୁଲପାଣି ଶତପଥୀ ରବୀନ୍ଦ୍ରନାଥ ସାହୁଙ୍କ ସମେତ ବହୁ ବନ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହା ସହ କଇଁଛଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ର ସଦସ୍ୟ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here