ପାକ୍ଷିକ ସଞ୍ଚୟ-୨୦୨୧ ନିମନ୍ତେ ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତା

0
182

ଛତ୍ରପୁର, ୦୬/୧୧/୨୦୨୧: ଚଳିତ ୨୦୨୧ ବର୍ଷର ପାକ୍ଷିକ ସଞ୍ଚୟ ଅକ୍ଟୋବର ୩୧ ତାରିଖ ଠାରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଅଛି । ଏହି ଉପଲକ୍ଷେ ଷଷ୍ଠ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ (କନିଷ୍ଠ ବର୍ଗ) ଏବଂ ନବମ ଶ୍ରେଣୀ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ (ବରିଷ୍ଠ ବର୍ଗ) ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଚଳିତ ମାସ ତା ୦୯.୧୧.୨୦୨୧ରିଖ ମଙ୍ଗଳବାର ଦିନ ପୂର୍ବାହ୍ନ ଘ.୧୦.୩୦ମି. ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । “ଜୀବନରେ ସ୍ବଳ୍ପ ସଞ୍ଚୟ ସହ ଆର୍ଥିକ ସ୍ବାକ୍ଷରତା ଭୂମିକା” ବିଷୟ ବସ୍ତୁ ନେଇ ଏହି ପ୍ରତିଯୋଗିତାଟି ଅନୁଷ୍ଠିତ ହେବ । ଏଥିରେ କୃତକାର୍ଯ୍ୟ ହେବାକୁ ଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମ ପୁରସ୍କାର ୧୫୦୦ ଟଙ୍କା, ଦ୍ବିତୀୟ ପୁରସ୍କାର ୧୦୦୦ଟଙ୍କା ଓ ତୃତୀୟ ପୁରସ୍କାର ୫୦୦ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ । ଛାତ୍ରଛାତ୍ରୀ ନିଜ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ/ଅଧ୍ୟକ୍ଷ/ଆଧ୍ୟକ୍ଷାଙ୍କ ଠାରୁ ଚୟନ ହୋଇ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରୁ ପ୍ରତିଦଳ ନିମନ୍ତେ ୩ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିପାରିବେ ବୋଲି ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ଶଙ୍କର୍ଷଣ ପଟ୍ଟନାୟକ ଅବଗତ କରାଇଛନ୍ତି । ଏଥିରେ କୋଭିଡ୍ ନିୟମ ଅନୁପାଳନ କରି ବହୁ ସଂଖ୍ୟାରେ ଯୋଗ ଦେବା ନିମନ୍ତେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here