ଚିଙ୍ଗୁଡ଼ିଖୋଲ ଗ୍ରାମରେ ସତ୍ୟସାଇ ବାବାଙ୍କ ୯୬ତମ ଜନ୍ମ ଦିନ ଅବସରରେ ରକ୍ତଦାନ ଶିବିର

0
154

ବ୍ରହ୍ମପୁର,୨୧/୧୧/୨୦୨୧ (ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ଗ୍ରାମରେ ଶ୍ରୀ ସତ୍ୟସାଇ ବାବାଙ୍କ ୯୫ତମ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର(ପ୍ରେମ ସଂଜୀବନୀ) ଅନୁଷ୍ଠିତ ହୋଇଯାଇଛି । ରକ୍ତଦାନ ଶିବିରରେ ୪୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଅବସରରେ ସତ୍ୟସାଇ ସଂଗଠନର ଜିଲ୍ଲା ସଭାପତି ଗୋପାଳ ରାଓ, ଜିଲ୍ଲା ସେବା ସଂଯୋଜକ ନୀଳକଣ୍ଠ ଦାସ, ଆବାହକ ବସନ୍ତ କୁମାର ମଲ୍ଲିକ, ସୌଭାଗ୍ୟ କୁମାର ମିଶ୍ର, ଜୟରାମ ଗୌଡ଼, ସୋମନାଥ ସେଠି, ଶ୍ରୀନିବାସ ଦୋରା, ରମେଶ ଚନ୍ଦ୍ର ପରମାଣିକଙ୍କ ସହ ଜିଲ୍ଲାର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ବେଗୁନିଆପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଜ୍ଞା ପ୍ରିୟଦର୍ଶିନୀ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ଉପଲକ୍ଷେ ସତ୍ୟସାଇ ସେବା ଗ୍ରୁପ ଚିଙ୍ଗୁଡ଼ିଖୋଲ ଠାରେ ଏକ ରୁଦ୍ରମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କୋଦଳା ଓ ଚିଙ୍ଗୁଡ଼ିଖୋଲର ୨୨ ଜଣ ବେଦାଧ୍ୟୟ ବେଦ ଆବୃତି କରିଥିଲେ ।ବ୍ରହ୍ମପୁର ରକ୍ତଭଣ୍ଡାର ର ସଦସ୍ୟ ମାନେ ରକ୍ତ ସଂଗ୍ରହ କରିଥିଲେ ।

LEAVE A REPLY

Please enter your comment!
Please enter your name here