ସଙ୍ଗୀତଜ୍ଞ ତ୍ରିପୁରାରି ସାବତଙ୍କ ୯୯ତମ ସ୍ଵନକ୍ଷତ୍ର ଦିବସ ପାଳିତ

0
187

ବ୍ରହ୍ମପୁର, ୨୧/୧୧/୨୦୨୧ : ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ “ଜାତୀୟ ସଙ୍ଗୀତ କଳା କେନ୍ଦ୍ର” ପକ୍ଷରୁ କଳା କେନ୍ଦ୍ରର ପ୍ରତିଷ୍ଠାତା ସ୍ବର୍ଗତ ସଙ୍ଗୀତଜ୍ଞ ତ୍ରିପୁରାରି ସାବତଙ୍କ ଅନେଶ୍ୱତତିତମ ସ୍ଵନକ୍ଷତ୍ର ଦିବସ କଳା କେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ଗତ କାଲି ସନ୍ଧ୍ୟାରେ ମହା ସମାରୋହ ସହକାରେ ପାଳିତ ହୋଇ ଯାଇଛି । ପ୍ରଫେସର୍ ଡ଼ଃ କୃଷ୍ଣ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ ବରିଷ୍ଠ ଶିଶୁ ସାହିତ୍ୟିକ ହାଡିବନ୍ଧୁ ମାଳି ମୁଖ୍ୟ ଅତିଥି, ପ୍ରାଧ୍ୟାପକ ଡ଼ଃ ଲକ୍ଷ୍ମୀ ନାରାୟଣ ପଣ୍ଡା ମୁଖ୍ୟ ବକ୍ତା ଓ ବରିଷ୍ଠ ସାରସ୍ଵତ ସାଧକ ରାମନାଥ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ବର୍ଗତ ତ୍ରିପୁରାରି ବାବୁ ଦକ୍ଷିଣ ଓଡ଼ିଶାର ଜନୈକ ସାଂସ୍କୃତିକ ଜାଗ୍ରତ ପ୍ରହରୀ ଭାବେ ତମାମ ଜୀବନ ଅତିବାହିତ କରିଥିଲେ ବୋଲି ନିଜ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ । ଏହି ଅବସରରେ ଆସନ୍ତା ବର୍ଷ ତ୍ରିପୁରାରି ବାବୁଙ୍କ ଆବକ୍ଷ ପ୍ରତିମୂର୍ତ୍ତି ସ୍ଥାପନ, ତାହାଙ୍କ ଜନ୍ମ ଶତ ବାର୍ଷିକୀ ପାଳନ ସହ କଳା କେନ୍ଦ୍ରର ପ୍ଲଟିନମ୍ ଯୁବୁଲି ପାଳନ ସଂକ୍ରାନ୍ତରେ ସ୍ଥିର କରାଗଲା । କାର୍ଯ୍ୟକ୍ରମରେ ସର୍ବଶ୍ରୀ ଇଂ. ପ୍ରଫୁଲ୍ଲ କୁମାର ତ୍ରିପାଠୀ, ବୃନ୍ଦାବନ ପରିଡ଼ା, ମନୋଜ କୁମାର ପାଢ଼ୀ, ପ୍ରସନ୍ନ କୁମାର ପାଢ଼ୀ, ନୀଳାଚଳ ମହାରଣା, ନିତ୍ୟାନନ୍ଦ ପାଢ଼ୀ, ବି. ସତ୍ୟମ୍ ଆଚାରୀ, କପିଳ ଚନ୍ଦ୍ର ମହାନ୍ତି, ଦୀନବନ୍ଧୁ ଶ୍ରୀ ପଲ୍ଲବ, କିରଣ କୁମାର ମହାନ୍ତି, ଦୀନବନ୍ଧୁ ସାହୁ, ସୁବାସ ଚନ୍ଦ୍ର ସାହୁ ରୋଶନ୍, ଅରୁଣ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ତ୍ରିପୁରାରି ବାବୁଙ୍କ ତୈଳ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପ୍ରାରମ୍ଭରେ କଳା କେନ୍ଦ୍ର ର ସମ୍ପାଦକ ସ୍ୱରଗୌରବ କୃଷ୍ଣ ପ୍ରସାଦ ସାବତ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉଦ୍ଘୋଷକ ସୂର୍ଯ୍ୟ ନାରାୟଣ ପାତ୍ର ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here