ବିଧାୟକ ଙ୍କ ଦ୍ଵାରା ରାସନ କାର୍ଡ ଓ ମଧୁବାବୁ ଭତ୍ତା ବଣ୍ଟନ

0
177

ପୋଲସରା, ୨୨/୧୧/୨୦୨୧: ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ହିତାଧିକାରୀମାନଙ୍କୁ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ନଭେମ୍ବର ୨୨ ତାରିଖ ଦିନ ରାସନ କାର୍ଡ ଓ ମଧୁବାବୁ ଭତ୍ତା ବଣ୍ଟନ କରିଥିଲେ। ପୋଲସରା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶନ କୁମାର ଦାଶଙ୍କ ଉପସ୍ଥିତରେ କମ୍ୟୁନିଟି ଅଫିସର ଅନିତା ଅଂଶୁମାଳୀ ସାହୁଙ୍କ ସଂଯୋଜନାରେ ଭତ୍ତା ଓ ରାସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଧାୟକ ଶ୍ରୀ ସାହୁ ୧୪୭ ଜଣ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରିଥିବା ବେଳେ ୫୬ ଜଣ ହିତାଧିକାରୀଙ୍କୁ ମଧୁବାବୁ ଭତ୍ତା ବଣ୍ଟନ କରିଥିଲେ। ବିଧାୟକ ନିଜ ବକ୍ତବ୍ୟରେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବ ଲୋକଙ୍କ ଉପକାର ପାଇଁ ବିଭିନ୍ନ ଯୋଜନା କରିବା ସହ ସାଧାରଣ ଜନସାଧାରଣଙ୍କ ସୁବିଧା ପାଇଁ ମଧ୍ୟ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଲକ୍ଷ ଲକ୍ଷ ଲୋକ ଉପକୃତ ହେବାସହ ଏହାକୁ ଏକ ଆଦର୍ଶ ଭାବେ ଅନ୍ୟମାନେ ଗ୍ରହଣ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏନଏସିର ପୂର୍ବତନ ନଗରପାଳ ପ୍ରଫୁଲ କୁମାର ପ୍ରଧାନ, ମୋଚିରାମ ସାହୁ, ସନ୍ତୋଷ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here