ଖୋଳଖାଳି ରେ ପୁଣି ୫୫୦ ରୁ ଉର୍ଦ୍ଧ୍ବ ପରିବାର ଧରିଲେ ଶଙ୍ଖ

0
178

ବୁଗୁଡା,୨୬/୧୧/୨୦୨୧: ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ପଞ୍ଚାୟତରେ ପୁଣି ନଭେମ୍ବର ୨୬ ତାରିଖ ଦିନ ୫୫୦ ରୁ ଉର୍ଦ୍ଧ୍ବ ପରିବାର କାର୍ତ୍ତିକ ସାହାଣୀଙ୍କ ନେତୃତ୍ୱରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତି ରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ କାର୍ତ୍ତିକ ସାହାଣୀ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ସମିତି ସଭ୍ୟ ପାଇଁ ପ୍ରତିଦ୍ୱନ୍ଦିତା କରିଥିଲେ। ପୂର୍ବରୁ ଖୋଳଖାଳି ସରପଞ୍ଚ ସୂର୍ଯ୍ୟମଣି ଗୌଡ଼ଙ୍କ ନେତୃତ୍ୱରେ ବହୁ ବିଜେପି ପରିବାର ବିଜୁ ଜନତା ଦଳରେ ସାମିଲ ହୋଇ ବିଜେଡିର ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନର ସ୍ଥିତିରେ ଖୋଳଖାଳି ପଞ୍ଚାୟତରେ ୮୦ ପ୍ରତିଶତରୁ ଉର୍ଦ୍ଧ୍ବ ପରିବାର ବିଜେଡି ରେ ସାମିଲ ହୋଇଥିବା ବିରୋଧୀ ଦଳର ଜଣେ ନେତା ସ୍ୱୀକାର କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଓ ସ୍ୱଚ୍ଛ ଶାସନ ଏବଂ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଜନସମ୍ପର୍କ ଓ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ଆକୃଷ୍ଟ ହୋଇ ଜଣଙ୍କ ପରେ ଜଣେ ବିରୋଧୀ ନେତା ଓ କର୍ମୀ ଜାତୀୟ ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହେଉଛନ୍ତି। ଶୁକ୍ରବାର ଦିନର ବିଜେଡ଼ିର ମିଶ୍ରଣ ପର୍ବରେ କାର୍ତ୍ତିକ ସାହାଣୀଙ୍କ ନେତୃତ୍ୱରେ ବିଜେପି ଓ କଂଗ୍ରେସ ର କର୍ମୀ ଓ ସମର୍ଥକ ୫୫୦ ରୁ ଉର୍ଦ୍ଧ୍ବ ପରିବାର ମୁଖ୍ୟ ବିଜୁ ଜନତା ଦଳରେ ସାମିଲ ହୋବା ଘୋଷଣା କରିଥିଲେ। ବିଧାୟକ ଶ୍ରୀ ସାହୁ ସମସ୍ତଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ପ୍ରଦାନ କରି ବିଜୁ ଜନତା ଦଳରେ ସାମିଲ କରାଯାଇଥିବା ଘୋଷଣା କରିଥିଲେ। ବିଜେଡ଼ିର ଏହି ମିଶ୍ରଣ ପର୍ବରେ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ସୁଧାଂଶୁ ଶେଖର ପାଢ଼ୀ, କବିରାଜ ଗୌଡ଼, କିଶୋର ଚନ୍ଦ୍ର ବେହେରା, ବବୁଲ ନାୟକ, ସୁନୀଲ କୁମାର ପାଢୀ, ସୂର୍ଯ୍ୟମଣି ଗୌଡ଼, ବିବେକାନନ୍ଦ ବାରିକ, ଗଙ୍ଗା ପାଣି ଜେନା, କାହ୍ନୁ ଚରଣ ଭୂୟାଁ, ଖଦାଳ ଖଟେଇ, ସୁବ୍ରତ ରାଖେଲ ଦାସ, ସୁଶାନ୍ତ କୁମାର ପ୍ରଧାନ, ଧୋବା ପ୍ରଧାନ ପ୍ରମୁଖଙ୍କ ସମେତ ବହୁ ବିଜେଡି ସମର୍ଥୀତ ଲୋକ ପ୍ରତିନିଧି, ନେତା ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here