ଲୋକ କଳା ମହୋତ୍ସବ ନିମନ୍ତେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
307

ବାଲିଗୁଡା,୨୯/୧୧/୨୦୨୧: ସ୍ଥାନୀୟ ବ୍ଲକ କଳା-ସଂସ୍କୃତି ସଂଘ ଆୟୋତିତ ଲୋକାନୃତ୍ୟ ଗୁରୁ ଟଲ ଦଳବେହେରା ସ୍ମାରକୀ ଲୋକ କଳା ମହୋତ୍ସବ ରେ ଅନ୍ୟୁନ ପଚାଶ ଗୋଟିଏ ବୀଣାକାର ଦଳ ସହିତ ଦଶ ଗୋଟିଏ ଗୀତିନାଟ୍ୟ ଦଳ ଅଂଶ ଗ୍ରହଣ କରିବେ ବୋଲି ସୂଚନା ମିଳିଛି l ଡିସେମ୍ବର ୧୫ ତାରିଖରୁ ୧୭ ପର୍ଯ୍ୟନ୍ତ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଆୟୋଜିତ ତ୍ରି ଦିବାସୀୟ ଲୋକକଳା ମହୋତ୍ସବର ଚୂଡାନ୍ତ ପ୍ରସ୍ତୁତି ବୈଠକ ସଂଘ ଉପସଭାପତି ପ୍ରମୋଦ କୁମାର ଦଣ୍ଡସେନା ଅଧ୍ୟକ୍ଷତା କରିଥିବା ଏହି ବୈଠକରେ ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘର ମହାସଚିବ ସୁବାସ ଚନ୍ଦ୍ର ସହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂଘର ଏତାଦୃଶ କାର୍ଯ୍ୟକ୍ରମ ଲୋକକଳା ଦଳ ଗୁଡିକୁ ଉଦ୍ଜୀବିତ କରିବାରେ ବିଶେଷ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ l ସେହିଭଳି ଅବସରରପ୍ରାପ୍ତ ଶିକ୍ଷବିତ ତଥା ସଂଘ ଉପଦେଷ୍ଟା ବିଜୟା ଚନ୍ଦ୍ର ଖଣ୍ଡଗିରି, ସ୍ବର୍ଗତ ଟଲ ଦଳବେହେରାଙ୍କ ନାତି ମୁକ୍ତେଶ୍ଵର ଦଳବେହେରା, ବିଶିକେଶସନ ପାଣ୍ଡେ, ନାରାୟଣ ପଣ୍ଡା ପ୍ରମୁଖ ମଂଚାସୀନ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରିଥିଲେ । ଏଥିରେ ସର୍ବଶ୍ରୀ ରତନ ସିଂ ପାତ୍ର, ଦିବ୍ୟାସିଂହ ପାତ୍ର, ସତ୍ୟବାନ ପାତ୍ର, ମାନସ ରଞ୍ଜନ ଅମାୟତ, ଗୁଣ୍ଡିଚା ପୂଜାରୀ, ପବିତ୍ର ନାୟକ, ବିଦ୍ୟା ସୁଆର, ଗଙ୍ଗାଧର ଭୋଇ, ରଞ୍ଜିତ ଡିଗାଲ ପ୍ରମୁଖ ବାଲିଗୁଡା ବ୍ଲକର ବିଭନ୍ନ ଅଂଚଳରୁ ଆସିଥିବା ବହୁ କଳାକାର ଓ ପ୍ରତିନିଧି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପ୍ରାରମ୍ଭରେ ସମ୍ପାଦକ ଶିବରାମ ପ୍ରଧାନୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିବା ବେଳେ ପରିଶେଷରେ ଗ୍ରାମ୍ୟ କମିଟି ପ୍ରାକ୍ତନ ସଭାପତି ଇନ୍ଦ୍ରମଣି ପାତ୍ର ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ l

LEAVE A REPLY

Please enter your comment!
Please enter your name here