ସୁରାଟରେ ମୃତ କଉଡ଼ିଆର ଶ୍ରମିକଙ୍କ ପାର୍ଥିବ ଶରୀରକୁ ନନ୍ଦିନୀ ଦେବୀଙ୍କ ଉଦ୍ୟମରେ ଭିଟାମାଟିକୁ ଆଣିଲା ” ଓଡିଶା ମୋ ପରିବାର ” । ଗାଁ ରେ ଶୋକାକୁଳ ପରିବେଶ ।

0
703

ବ୍ରହ୍ମପୁର, ୩୦/୧୧/୨୦୨୧: ଜୀବିକା ଅନ୍ୱେଷଣରେ ଗାଁ ଛାଡ଼ି ସୁଦୂର ସୁରାଟରେ ଶ୍ରମିକ ଭାବେ କାମକରୁଥିବା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମର ବିପ୍ର ପ୍ରଧାନଙ୍କ ପୁଅ ଭଗବାନ ପ୍ରଧାନ ( ୩୨ )ଙ୍କ ଗତ ତା ୨୮ ରିଖରେ ମୃତ୍ୟୁ ଘଟିଥିଲା । ଖବର ପାଇ ବୃଦ୍ଧ ପିତାମାତାଙ୍କ ସହ ଦୁଇ ସନ୍ତାନର ସ୍ତ୍ରୀ ମ୍ରିୟମାଣ ହୋଇଥିଲେ । ରୋଜଗାରିଆ ବିବାହିତ ପୁଅର ସୁଦୂର ସୁରାଟରେ ଯୁବାବସ୍ଥାରେ ମୃତ୍ୟୁ ଘଟଣାରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପୁଅର ଶେଷ ଦର୍ଶନ କରିବା ପାଇଁ ବାପା ମା ପରିବାର ବ୍ୟାକୁଳ ହେଉଥିବା ବେଳେ ବିଧବା ପତ୍ନୀଙ୍କ ଆଖିରୁ ଲୁହ ଲିଭୁ ନଥିଲା । ମୃତ ପାର୍ଥିବ ଶରୀରକୁ କୌଳିକ ସଂସ୍କାର ପାଇଁ ଯୋଜନା ପ୍ରକାରେ ମୃତ ଶବକୁ ଭିଟାମାଟିକୁ ଆଣିବାକୁ ସେମାନଙ୍କ ପାଖେ ଆର୍ଥିକ ସମ୍ବଳ ମଧ୍ୟ ନଥିଲା । ଗ୍ରାମ ବୁଦ୍ଧିଜୀବୀ ଏଥିନେଇ ସ୍ଥାନୀୟ ସମିତି ସଭ୍ୟ ତଥା ବ୍ଲକ୍ ବିଜେଡି ସାଧାରଣ ସମ୍ପାଦକ ଅମିନ ପ୍ରଧାନ ଏବଂ ବ୍ଲକ୍ ସଭାପତି ନୀଳମାଧବ ରାଉତଙ୍କୁ ଅବଗତ ପରେ ମୃତ ଶବକୁ ଭିଟାମାଟିକୁ ଫେରାଇ ଆଣିବା ପାଇଁ ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ତଥା ରାଜ୍ୟ ବିଜୁ ମହିଳା ଜନତା ଦଳ ଉପଦେଷ୍ଟା ଶ୍ରୀମତୀ ନନ୍ଦିନୀ ଦେବୀଙ୍କୁ ଅନୁରୋଧ କରିଥିଲେ । ଅନୁରୋଧ କ୍ରମେ ନନ୍ଦିନୀ ଦେବୀଙ୍କ ହସ୍ତକ୍ଷେପ ପରେ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ଓଡ଼ିଶା ମୋ ପରିବାର ଯୋଜନାରେ ମରଶରୀରକୁ ଭିଟା ମାଟିକୁ ଆଣିବାର ବନ୍ଦୋବସ୍ତ କରିଥିଲେ । ସରକାରୀ ଖର୍ଚ୍ଚରେ ସୁଦୂର ସୁରାଟ ସଚିନା ମେଡ଼ିକାଲରେ ଶବ ବ୍ୟବଚ୍ଛେଦ ପରେ ପାର୍ଥିବ ଶରୀରକୁ ରବିବାର ଅପରାହ୍ନ ସମୟରେ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଜନ୍ମମାଟିକୁ ଅଣାଯିବା ବ୍ୟବସ୍ଥା କରାଯାଇଥିଲା ।ଏହି କ୍ରମରେ ଆଜି ଅପରାହ୍ନରେ ସୁରାଟରୁ ସ୍ବର୍ଗତ ଭଗବାନଙ୍କ ମରଶରୀର ଜନ୍ମସ୍ଥାନ କଉଡ଼ିଆରେ ପହଞ୍ଚିଥିଲା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଶାନ୍ତ , ଭଦ୍ର ତଥା ମେଳାପି ପ୍ରକୃତିର ଭଗବାନଙ୍କୁ ହରାଇ ପରିବାର ସହ ଗ୍ରାମବାସୀ ସ୍ତମ୍ଭିଭୂତ ହୋଇଥିଲେ । ଅଞ୍ଚଳ ବିଜୁ ଜନତା ଦଳର କର୍ମୀ ଓ କର୍ମକର୍ତ୍ତା ପ୍ରମୁଖଙ୍କ ସହ ନନ୍ଦିନୀ ଦେବୀ କଙ୍କୋରଡ଼ା ମେଣ୍ଟୁଛକ ଠାରୁ ଆମ୍ବୁଲାନ୍ସ ସହ ଗ୍ରାମରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶୋକାକୁଳ ପରିବାରବର୍ଗଙ୍କୁ ସମବେଦନା ଜଣେଇଥିଲେ । ରାଜ୍ୟ ସରକାରଙ୍କ ” ଓଡ଼ିଶା ମୋ ପରିବାର ” ଯୋଜନାରୁ ମରଶରୀର ପରିବାରବର୍ଗଙ୍କ ନିକଟରେ ପହଞ୍ଚିଥିବାର ଶ୍ରେୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଥିଲେ । ମୃତ ପରିବାରବର୍ଗଙ୍କୁ ସରକାରୀ ଯୋଜନା ଅନ୍ତର୍ଗତରେ ସମସ୍ତ ସହାୟତା ପ୍ରଦାନ ପାଇଁ ପଦକ୍ଷେପ ନେବା ସହିତ କିଛି ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ । କଉଡ଼ିଆ ଗ୍ରାମର ଜନସାଧାରଣଙ୍କ ସହ ବ୍ଲକ୍ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ମମତା କୁମାରୀ ପ୍ରଧାନ , ଜିଲ୍ଲା ପରିଷଦ ସଭ୍ୟା ଗୋଲାପି ସେଠୀ , ସୁବାସ ମହାପାତ୍ର , ଶଙ୍କର୍ଷଣ ସ୍ବାଇଁ , ସହଦେବ ପ୍ରଧାନ , ଧୋବା ସ୍ବାଇଁ , ସଞ୍ଜୟ ରାଉତ , ଅଶୋକ ସାବତ , ବୈଦ୍ୟନାଥ ସିଂ , ଓମ୍ ପ୍ରସାଦ ସାହୁ , ବିଜୟ ପ୍ରଧାନ , ଗଙ୍ଗାଧର ପାତ୍ର , ସୁବାଷ ବାଡ଼ତ୍ୟା ,ଶ୍ୟାମା ପାତ୍ର ପ୍ରମୁଖଙ୍କ ସହ କଉଡ଼ିଆର ବିରୁପାକ୍ଷ ପ୍ରଧାନ , ସୁଶାନ୍ତ ଦଳେଇ , ଲଡୁ ପଢ଼ିଆଳୀ , ଟୁନା ପରିଡ଼ା , ପରମାନନ୍ଦ ପାତ୍ର , ଲଡୁ କିଶୋର ଦଳେଇଙ୍କ ସହ ଶତାଧିକ ଗ୍ରାମବାସୀ ନନ୍ଦିନୀ ଦେବୀଙ୍କ ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ

LEAVE A REPLY

Please enter your comment!
Please enter your name here