ମାଁ ଶ୍ୟାମାକାଳୀ ବଜାର ଗୃହର ଭିତ୍ତିପ୍ରସ୍ତର ସ୍ଥାପନ

0
197

ବୁଗୁଡା, ୨୫/୧୨/୨୦୨୧: ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମାରେ ମାଁ ଶ୍ୟାମାକାଳୀ ବଜାର ଗୃହ ନିର୍ମାଣ ପାଇଁ ଡିସେମ୍ବର ୨୫ ତାରିଖ ଦିନ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ଜଣାପଡିଛି। ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ କରକମଳରେ ଶନିବାର ଦିନ ଗୋଲିଆ ଗ୍ରାମରେ ନିର୍ମାଣ ହେବାକୁ ଥିବା ମାଁ ଶ୍ୟାମାକାଳୀ ବଜାର ଗୃହ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ମନୋରମା ପ୍ରଧାନ, ଯୁବ ବିଜେଡି ନେତା ମାନସ ରଞ୍ଜନ ପ୍ରଧାନ, ଦଣ୍ଡପାଣି ସ୍ବାଇଁ, ବସନ୍ତ ସାହୁ, ଶରତ ଚନ୍ଦ୍ର ପୃଷ୍ଟିଙ୍କ ସମେତ ବହୁ ଗ୍ରାମବାସୀ ଯୋଗ ଦେଇଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here