ଗୋଛାବାଡି ପଞ୍ଚାୟତର ଗୋଷ୍ଠୀ କେନ୍ଦ୍ର ଗୃହ ଲୋକାର୍ପିତ ।

0
410

ପୋଲସରା, ୦୬/୦୧/୨୦୨୨: ପୋଲସରା ବ୍ଲକ ଅନ୍ତର୍ଗତ ଗୋଛାବାଡି ପଞ୍ଚାୟତର ୩ଟି ଗୋଷ୍ଠୀ କେନ୍ଦ୍ର ଗୃହ ଲୋକାର୍ପିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋଛାବାଡି ପଞ୍ଚାୟତର କୁଶପଲ୍ଲୀ, ପାଲ୍ଲବା ଓ ଗୋଛାବାଡି ଗ୍ରାମରେ ନବନିର୍ମିତ ୩ଟି ଗୋଷ୍ଠୀ କେନ୍ଦ୍ର ଗୃହକୁ ଲୋକାର୍ପିତ କରିଥଲେ । ଏହା ସହିତ ସମ୍ପୃକ୍ତ ଆଦିବାସୀ ବହୁଳ ଗ୍ରାମର ଲୋକମାନଙ୍କ ସହ ସେମାନଙ୍କ ଅଭାବ ଅସୁବିଧା ସମ୍ପର୍କରେ ବିଧାୟକ ଆଲୋଚନା କରିଥିଲେ । ଏହା ଅବସରରେ ସ୍ଥାନୀୟ ସରପଞ୍ଚ ମନମୋହନ ଗୌଡ, ବ୍ଲକ ଅଧ୍ୟକ୍ଷା ବଳରାମ ସେଠୀ, ଉପାଧକ୍ଷା ସଂଯୁକ୍ତା ବାଡତ୍ୟା, ବ୍ଲକ ବିଜେଡି ସମ୍ପାଦକ ଅଶୋକ କୁମାର ବିଷୋୟୀଙ୍କ ସମେତ ନିର୍ବାଚିତ ପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here