ଚାଷୀଙ୍କ ଠାରୁ ଧାନକ୍ରୟ ପାଇଁ ବୈଠକ

0
247

ଶେରଗଡ଼, ୦୬/୦୧/୨୦୨୨ :ଚଳିତ ବର୍ଷ ଏଫ ଏ କିୟୁ ଧାନର ସର୍ବନିମ୍ନ ସହାୟକ ମୁଲ୍ୟ କୁଇଂଟାଲ ପିଛା ୧୯୪୦ ଟଙ୍କା ସ୍ଥିର ହୋଇଥିବା ବେଳେ ୭୫ କିଲୋ ଧାନ ବସ୍ତା ପାଇଁ ୧୪୫୫ ଟଙ୍କା ଧାର୍ଯ୍ୟ କରାଯାଇଛି । ଚଳିତ ଥର ସମବାୟ ସମିତି ଓ ସ୍ୱଂୟ ସହାୟିକା ଗୋଷ୍ଠୀଙ୍କୁ ଧାନ କ୍ରୟ ପାଇଁ ଅନୁମତି ପ୍ରଦାନ କରାଯାଇଛି । ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଆବଶ୍ୟକ ସରଞ୍ଜାମ ଓ ପଦକ୍ଷେପ ଗ୍ରହଣ କରାଯାଇଛି । ଗତ ବର୍ଷ ଧାନ ବିକ୍ରୟ ପାଇଁ ଟୋକେନରୁ ବଂଚିତ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଧାନ କିଣିବା ପାଇଁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ସମବାୟ ସମ୍ପାଦକ ମାନେ ଚାଷୀଙ୍କ ନିକଟକୁ ଯାଇ ଧାନକ୍ରୟ ସମ୍ବନ୍ଧରେ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । କୋଭିଡ଼ ନିୟମ ଅନୁପାଳନ କରିବା ସହ ଅଞ୍ଚଳର କୌଣସି ଚାଷୀ ଯେପରି ଧାନ ବିକ୍ରିରେ ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥି ପ୍ରତି ବିଶେଷ ଯତ୍ନବାନ ହେବା ପାଇଁ ଅଧିକାରୀ ମାନେ ଗୁରୁତ୍ତ୍ୱାରୋପ କରିଥିଲେ । ସରକାରଙ୍କ ଖାଦ୍ୟ , ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଧାନ କ୍ରୟକୁ ଅଧିକ କ୍ରିୟାଶୀଳ ଉପରେ ଅଧିକାରୀ ମାନେ ପ୍ରକାଶ କରିଥିଲେ । ଉକ୍ତ ବୈଠକରେ ଶେରଗଡ଼ ତହସିଲଦାର ଡ଼. ଦୟାସିନ୍ଧୁ ପରିଡା, ବ୍ଲକ ଅଧ୍ୟକ୍ଷା ସାରସ ସ୍ୱାଇଁ, ବ୍ଲକ ଉପାଧକ୍ଷ ବିଶ୍ୱନାଥ ସ୍ୱାଇଁ,ଯୋଗାଣ ନିରୀକ୍ଷକ,ବରିଷ୍ଠ ବିଜେଡି ନେତା ହୀନ ବେହେରା, ସମୀର ପ୍ରଧାନ,ଅଞ୍ଚଳର ବହୁ ସମବାୟ ସମ୍ପାଦକ ଓ ମିଲର୍ ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ: ଡାକ୍ତର ହୃଷୀକେଶ ମହାନ୍ତି

LEAVE A REPLY

Please enter your comment!
Please enter your name here