ମିହିର ଦାସଙ୍କ ବିୟୋଗରେ ନିର୍ଦ୍ଦେଶକ ସଙ୍ଘ ତରଫରୁ ଶୋକ ପ୍ରକାଶ

0
173

ବ୍ରହ୍ମପୁର,୧୧/୦୧/୨୦୨୨:
ଓଡ଼ିଆ ସିନେ ଜଗତର ବରିଷ୍ଠ ଅଭିନେତା ମିହିର ଦାସଙ୍କ ବିୟୋଗରେ କଳାକାର ଜଗତ ଶୋକରେ ବିଲୀନ ହୋଇଯାଇଥିବା ବେଳେ କଳାକାର ଜଗତ ପାଇଁ ଏହା ଏକ ଅପୁରଣୀୟ କ୍ଷତି ହୋଇଛି । ତାଙ୍କ ବିୟୋଗରେ ଗଂଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ସଭାପତି ରାଜଗୋପାଳ ପାଢ଼ୀ ଗଭୀର ଶୋକବ୍ୟକ୍ତ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣେଇଛନ୍ତି । ଜଣେ ବର୍ଷିଆନ ଅଭିନେତା ଭାବେ ମିହିର ଦାସଙ୍କ ଅଭିନୟ ସବୁବେଳେ ଅଭୁଲା ଓ ଚୀର ସ୍ମରଣୀୟ ହୋଇ ରହିବ ବୋଲି ଶ୍ରୀ ପାଢ଼ୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି । ସଙ୍ଘ ସମ୍ପାଦକ କୃଷ୍ଣଚନ୍ଦ୍ର ପଣ୍ଡା,ରାଜ୍ୟ ଉପସଭାପତି ଟୁଟୁ ପାଢ଼ୀ, ମେଜର ରମାରମଣ ପାଢ଼ୀ, ରାଜୁ ପାଢ଼ୀ, ରମେଶ ମହାରଣା,ମଦନ ମିଶ୍ର,ଡା.ତିରୁପତି ସାହୁ ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଗଞ୍ଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ସବମସ୍ତ କର୍ମକାର୍ତ୍ତାବ ସଦସ୍ୟ ମିହିର ଦାସ ଭଳି ଜଣେ ଅଭିନେତା ଆଉ ଥରେ ଜନ୍ମ ନେବା ହୁଏତ ଅସମ୍ଭବ ବୋଲି କହିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here