ଡକାୟତି ଉଦ୍ୟମ ପଣ୍ଡ,୪ ଗିରଫ ସହ ମାରଣାସ୍ତ୍ର ଜବତ ।

0
897

ପାତ୍ରପୁର, ୨୩/୦୧/୨୦୨୨: ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ମୁଣ୍ଡିକେରି ଗ୍ରାମ ପୋଖରୀ ହୁଡ଼ା ନିକଟରୁ ଏକ ଡ଼କାୟତ ଗ୍ୟାଙ୍ଗକୁ ଗତକାଲି ଜରଡ଼ା ପୋଲିସ କାବୁ କରିଛି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ୬ଜଣ ବିଶିଷ୍ଠ ଏକ ଡ଼କାୟତ ଗ୍ୟାଙ୍ଗ ଡକାୟତି କରିବା ପାଇଁ ଯୋଜନା ବଦ୍ଧ କରିଥିବା ସମୟରେ ପୋଲିସ ତାଙ୍କୁ କାବୁ କରିଥିଲା। ପୋଲିସ ୪ଜଣ ଡ଼କାୟତକୁ ଧରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଡ଼କାୟତ ଖସି ପଳେଇଥିଲେ । ୪ଜଣ ଡ଼କାୟତ ମଧ୍ୟରୁ ୩ଜଣ ଜରଡ଼ା ଥାନା ଅନ୍ତର୍ଗତ ବମକେଇ , ଅରଖା , କୋଳିହୋଳା ଗ୍ରାମର ରହିଥିବା ବେଳେ ଅନ୍ୟ ଜଣକ ସଦର ଥାନାର ଅନ୍ତର୍ଗତ ଡେଙ୍ଗାପଦରର ବୋଲି ଜଣାପଡ଼ିଛି। ସେପଟେ ଯୋଜନା ପଣ୍ଡ ବେଳେ ଡ଼କାୟତ ମାନଙ୍କ ପାଖରୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଜବତ ହୋଇଥିବା ଜଣାପଡିଛି।
ରିପୋର୍ଟ- ଆଲୁ ଜୟ ପ୍ରକାଶ

LEAVE A REPLY

Please enter your comment!
Please enter your name here