ଟାଟା କର୍ଯ୍ୟାଳୟ ସମ୍ମୁଖରେ ଅସ୍ଥାୟୀ ବିଜୁଳି କର୍ମଚାରୀ ଙ୍କ ନିଆରା ଢଙ୍ଗରେ ପ୍ରତିବାଦ

0
467

ବ୍ରହ୍ମପୁର,୨୪/୦୧/୨୦୨୨:
ସ୍ଥାନୀୟ କୋର୍ଟପେଟା ସ୍ଥିତ ଟାଟା ପାଓ୍ବାର କାର୍ଯାଳୟ ସମ୍ମୁଖରେ ଅସ୍ଥାୟୀ ବିଜୁଳି କର୍ମଚାରୀ ଙ୍କ ସ୍ଥାୟୀ ନିଯୁକ୍ତି ଦାବିରେ ଚାଲିଥିବା ଗଣଧାରଣ ଆଜି ୧୮୬ ଦିନରେ ପହଞ୍ଚିଛି।ଟିପିଏସଓଡିଏଲ ସମ୍ମୁଖରେ ଅସ୍ଥାୟୀ ବିଜୁଳି କର୍ମଚାରୀ ସଙ୍ଘ ଧାରଣା ଆଜି ସୁଦ୍ଧା ଧାରଣା ଜାରି ରହିଛି।ତେବେ ଆଜି ନିଆରା ଢଙ୍ଗରେ ଟିପିଏସଓଡିଏଲ ସମ୍ମୁଖରେ “ରାମ ନାମ ସତ୍ୟ ହେ, ଟାଟା ପାଓ୍ବାର ମିଥ୍ୟା ହେ” ନାରା ଦେଇ ଅସ୍ଥାୟୀ କର୍ମଚାରୀ ମାନେ ଟାଟା କର୍ତ୍ତୃପକ୍ଷ ଙ୍କ କୁଶପୁତଳିକା ଦାହ କରୁଥିବା ଦେଖା ଦେଇଛି।ପୂର୍ବରୁ ମଧ୍ୟ ଅସ୍ଥାୟୀ କର୍ମଚାରୀ ମାନେ ସ୍ଥାୟୀ ନିଯୁକ୍ତି ପାଇଁ ଅନେକ ଥର ଭିକ୍ଷା ମାଗିବା, ଜୋତା ସଫା, ଟାଟା କର୍ତ୍ତୃପକ୍ଷ ଙ୍କ ପାଇଁ କର୍ମଚାରୀ ମାନେ ଲଣ୍ଡା ହୋଇ ଶ୍ରାଦ୍ଧ କରିବା ଭଳି ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି।

LEAVE A REPLY

Please enter your comment!
Please enter your name here