ସୁରତରୁ ଗ୍ରାମକୁ ଫେରିବା ବେଳେ ଶ୍ରମିକ ନିଖୋଜ ।

0
388

ବୁଗୁଡା,୨୮/୦୧/୨୦୨୨: ଗଞ୍ଜାମ ଜିଲ୍ଲା, ବୁଗୁଡା ଥାନା ଅନ୍ତର୍ଗତ ଝୋଲରୀ ଗ୍ରାମର ଜଣେ ଶ୍ରମିକ ସୁରାଟର ତଳିଆ ଅଞ୍ଚଳରୁ ନିଜ ଗ୍ରାମକୁ ଫେରିବା ବେଳେ କୌଣସି ସ୍ଥାନରେ ନିଖୋଜ ହୋଇଥିବା ଶ୍ରମିକଙ୍କ ଝିଅ ବୁଗୁଡା ଥାନା ଥାନାରେ ଜାନୁଆରୀ ୨୮ ତାରିଖରେ ଜଣାଇଥିବା ଜଣାପଡିଛି। ବୁଗୁଡା ଥାନା ଝୋଲାରୀ ଗ୍ରାମର ସନ୍ତୋଷ କୁମାର ସ୍ୱାଇଁ କିଛିବର୍ଷ ହେଲା ସୁରାଟ ମହାନଗରର ଗ୍ରାମାଞ୍ଚଳ ପୁନେ ଅଞ୍ଚଳରେ ଏକ ଗାଈ ଫାର୍ମରେ ଶ୍ରମିକ ଭାବେ କାମକରି ଆସୁଥିଲେ। ଗତ ୦୭-୦୬-୨୦୨୧ ତାରିଖରେ ସନ୍ତୋଷ କୁମାର ସ୍ବାଇଁ ସୁରତର ପୁନେ ଗ୍ରାମରୁ ଘରକୁ ଯାଉଥିବା ନେଇ ଫୋନ କରି ଜଣାଇଥିଲେ। ଫୋନ କରିବାର ପ୍ରାୟ ଆଠ ମାସ ବିତି ଯାଇଥିଲେ ମଧ୍ୟ ସନ୍ତୋଷ କୁମାର ସ୍ୱାଇଁ ଘରକୁ ଫେରିନଥିବା ବେଳେ ଫୋନ ମଧ୍ୟ କରିନାହାନ୍ତି। ସନ୍ତୋଷଙ୍କ ଝିଅ କହିବା ପ୍ରକାରେ ତାଙ୍କ ବାପା ଏକ ଗାଈ ଫାର୍ମରେ କାମ କରୁଥିଲେ। ସେହି ଜାଗାଟି ସୁରାଟ ରେଳ ଷ୍ଟେସନ ଠାରୁ ପ୍ରାୟ ସାତ କିଲୋମିଟର ପୁନେ ବୋଲି କହିଥିଲେ। ସେହି ଗାଈ ଫାର୍ମଟି ପୁନେ ଗ୍ରାମର କୁନାଲ ବାବୁଙ୍କ ବୋଲି କହୁଥିଲେ। ସେଠାରେ ସନ୍ତୋଷ ଏକାକୀ ରହୁଥିବା ବେଳେ ପରିବାରର ପତ୍ନୀ, ତିନି ଝିଅ ଓ ପୁଅ ଝୋଲାରୀ ଗ୍ରାମରେ ରହୁଥିଲେ। ସେ ଅନେକ ଥର ସେଠାରୁ ଗ୍ରାମକୁ ଆସି ପୁଣି ଫେରି କାମରେ ଯୋଗ ଦେଉଥିଲେ। ଗତ ଜୁନ ୭ ତାରିଖ ଦିନ ଫୋନ କରି ଗ୍ରାମକୁ ଯାଉଛି ବୋଲି ଫୋନ କରି ଜଣାଇଥିଲେ। ହେଲେ ସେହି ଦିନଠାରୁ ସେ ଫୋନ କରି ନାହାନ୍ତି କିମ୍ବା ଗ୍ରାମକୁ ଆସି ନାହାଁନ୍ତି। ଏନେଇ ସନ୍ତୋଷଙ୍କ ପରିବାର ଗ୍ରାମରେ ବ୍ୟସ୍ତ ହେଉଥିବା ବେଳେ ସନ୍ତୋଷଙ୍କ ସନ୍ଧାନ ମିଳିଲେ ତାଙ୍କର ପରିବାରର ମୋବାଇଲ ନଂ 7894182933 କୁ ଫୋନ କରି ଜଣାଇବାକୁ ଆକୁଳ ନିବେଦନ କରିଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here