ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରେ ଆନ୍ତଃ ବିଶ୍ବବିଦ୍ୟାଳୟ ଦୈଡକୁଦ ପ୍ରତିଯୋଗିତା ଉଦଘାଟିତ

0
411

ବ୍ରହ୍ମପୁର,୦୪/୦୩/୨୦୨୨:ଆଜି
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଷ୍ଟାଡିଅମ ଠାରେ ଓଡ଼ିଶା ଅନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାର ଉଦଘାଟନୀ ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଏବଂ ସମ୍ମାନୀତ ଅତିଥି ଭାବେ ବ୍ରିଗେଡିୟର ମନୀଷ ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୋବିନ୍ଦ ଜେ. ଚକ୍ରପାଣି ଅତିଥି ମାନଙ୍କୁ ସ୍ୱାଗତ କରିବା ସହିତ ପରିଚୟ ପ୍ରଦାନ କରିଥିଲେ ।ସଭାର ଆରମ୍ଭରେ ଏମ.ବି.ଏ ବିଭାଗର ପ୍ରଫେସର ନିହାର ରଞ୍ଜନ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କ୍ରୀଡ଼ା ପରିଷଦ ର ସମ୍ପାଦକ ଡଃ ଶେଷଦେବ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବ୍ରହ୍ମପୁର ସ୍ଥିତ ଦ୍ଵିତୀୟ ବାଟାଲିୟନର ସୈନିକ ମାନଙ୍କ ସହିତ ଉପସ୍ଥିତ ଚଉଦଟି ବିଶ୍ୱବିଦ୍ୟାଳୟର ପ୍ରତିଯୋଗୀ ମାନେ “ସାରେ ଯାହାଁ ସେ ଆଛା” ଓ “ବନ୍ଦେ ମା’ ତରଂ ଧୁନ୍” ରେ ପ୍ୟାରେଡ ପରିବେଷଣ କରିଥିଲେ ।ଏହାପରେ ଅତିଥି ମାନଙ୍କ ଦ୍ୱାରା ପତାକା ଉତ୍ତୋଳନ ଓ ମଶାଲ ପ୍ରତିଷ୍ଠା କରାଯାଇଥିଲା ।କୁଳପତି ଗୋବିନ୍ଦ ଜେ.ଚକ୍ରପାଣି କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ମହାନ ଚରିତ୍ର ଗଠନରେ କ୍ରୀଡ଼ାର ଭୂମିକା ବିଷୟରେ ବକ୍ତବ୍ୟ ରଖିଥିଲେ l ମୁଖ୍ୟ ଅତିଥି ଶ୍ରୀ ଶାଶ୍ୱତ ମିଶ୍ର ନିଜ ବକ୍ତବ୍ୟରେ ପାଠ ପଢ଼ିବା ସହିତ ଅତିରିକ୍ତ କାର୍ଯ୍ୟକଳାପ ରେ ନିଜକୁ ନିୟୋଜିତ କରି ସୁସ୍ଥ ରହିବାପାଇଁ ପରାମର୍ଶ ଦେଇଥିଲେ l ଏହାପରେ ପ୍ରତିଯୋଗୀ ମାନେ ଶପଥ ପାଠ କରିଥିଲେ।ଏହି ଅବସରରେ ଦୌଡ଼ାକୁଦ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଯାଇଛି।ପ୍ରଥମ ଇଭେଣ୍ଟ ରେ ୧୫୦୦ ମିଟର (ପୁରୁଷ ବର୍ଗ) ଦୌଡ଼ ପ୍ରତିଯୋଗିତା ରହିଥିଲା । ଏଥିରେ ୧୦ ଜଣ ପ୍ରତିଯୋଗୀ ଯୋଗ ଦେଇଥିଲେ।ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ରଶ୍ମିରଂଜନ ନାୟକ, ଦ୍ଵିତୀୟ ସ୍ଥାନ ଉତ୍କଳ ବିଶ୍ୱବିଦ୍ୟାଳୟର ଦିଲ୍ଲୀପ ନାୟକ ଓ ତୃତୀୟ ସ୍ଥାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଧୀରେନ୍ଦ୍ର ପ୍ରଧାନ ଅଳଙ୍କୃତ କରିଛନ୍ତି। ସେପରି ଦୌଡ଼କୁଦ ପ୍ରତିଯୋଗିତାରେ ସଟ୍ ପୁଟ୍(ପୁରୁଷ ବର୍ଗ) ରେ ୧୦ ଜଣ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ସମ୍ବଲପୁର ବିଶ୍ୱବିଦ୍ୟାଳୟର ହରି ବେହେରା, ଦ୍ଵିତୀୟ ସ୍ଥାନ ଉତ୍କଳ ବିଶ୍ୱବିଦ୍ୟାଳୟର ଚିରଞ୍ଜୀବ ସିଂ ଏବଂ ତୃତୀୟ ସ୍ଥାନ ରେଭେନ୍ସ ବିଶ୍ୱବିଦ୍ୟାଳୟର ରାଜବୀର ସିଂ ଅଧିକାର କରିଛନ୍ତି।ସେପରି ଦୌଡ଼କୁଦ ପ୍ରତିଯୋଗିତାରେ ଲମ୍ବ ଡିଆଁ (ମହିଳା ବର୍ଗ) ରେ ୧୧ ଜଣ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ସମ୍ବଲପୁର ବିଶ୍ୱବିଦ୍ୟାଳୟର ମନୀଷା ମେରେଲ, ଦ୍ଵିତୀୟ ସ୍ଥାନ ରମାଦେବୀ ବିଶ୍ୱବିଦ୍ୟାଳୟର ଆରାଧନା ଗୁପ୍ତା ଏବଂ ତୃତୀୟ ସ୍ଥାନ ଉତ୍କଳ ବିଶ୍ୱବିଦ୍ୟାଳୟର ରୋଜି ମଲ୍ଲିକ ଅଧିକାର କରିଛନ୍ତି।ସେପରି ଦୌଡ଼କୁଦ ପ୍ରତିଯୋଗିତାରେ ଲମ୍ବ ଡିଆଁ (ପୁରୁଷ ବର୍ଗ) ରେ ୧୩ ଜଣ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଆଶିଷ ବେହେରା, ଦ୍ଵିତୀୟ ସ୍ଥାନ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରିୟବ୍ରତ ପଟ୍ଟନାୟକ ଏବଂ ତୃତୀୟ ସ୍ଥାନ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯଶବୀର ନାୟକ ଅଧିକାର କରିଛନ୍ତି।କୃତି ପ୍ରତିଯୋଗୀ ମାନଙ୍କୁ ଉଦ୍ଜାପାନୀ ଉତ୍ସବରେ ପୁରସ୍କୃତ କରାଯିବ ।

LEAVE A REPLY

Please enter your comment!
Please enter your name here