ଗୌତମୀ ବାମପନ୍ଥୀ ଦୂର୍ଗର ବଦଳିଲା ଇତିହାସ । ପଂଚାୟତ ଦାଖଲ କଲା ବିଜେଡି ।

0
275

ବ୍ରହ୍ମପୁର ,୧୧/୦୩/୨୦୨୨ : ଗଞ୍ଜାମର ପାରମ୍ପରିକ ବାମପନ୍ଥୀ ଦୁର୍ଗ ଥିବା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଗୌତମୀ ପଞ୍ଚାୟତରେ ଚଳିତ ପଂଚାୟତ ନିର୍ବାଚନ ଫଳାଫଳ ଭିନ୍ନ ବାର୍ତ୍ତା ପ୍ରଦାନ କରିଛି । ଲାଲଗଡ଼ ଭାବେ ଖ୍ୟାତ ଥିବା ଏହି ବାମପନ୍ଥି ଦୂର୍ଗ ଗୌତମୀ ପଞ୍ଚାୟତରୁ ଏକଦା ଦଳୀୟ ବିଧାୟକ , ବ୍ଲକ୍ ଅଧ୍ୟକ୍ଷ , ଜିଲ୍ଲାପରିଷଦ ସଭ୍ୟ ,ସମିତି ସଭ୍ୟ ଓ ସରପଞ୍ଚ ଆଦିରେ କମ୍ୟୁନିଷ୍ଟ ବ୍ୟକ୍ତିତ୍ଵ ସିପିଆଈ ପକ୍ଷରୁ କ୍ରମାଗତ ଭାବେ ନିର୍ବାଚିତ ହେଉଥିବା ଧାରା ସମ୍ପ୍ରତି ବଦଳିଥିବା ଜଣାଯାଇଛି । ଯଦିଓ କମ୍ୟୁନିଷ୍ଟ ଭାବଧାରାରେ କୌଣସି ପରିବର୍ତ୍ତନ ହୋଇନାହିଁ ପରନ୍ତୁ ଦଳଗତ ଦୃଷ୍ଟିରୁ ପଞ୍ଚାୟତକୁ ବିଜେଡି ସମର୍ଥକ ଦାଖଲ କରିଥିବା ଜଣାଯାଇଛି । ଚଳିତ ପଂଚାୟତ ନିର୍ବାଚନରେ ବାମପନ୍ଥୀ ଦୁର୍ଗ ଭୋଟରଙ୍କୁ ନିଜ ସପକ୍ଷରେ ଆଣି ବିଜେଡି ସମର୍ଥିତ ମହିଳା ସରପଞ୍ଚ ପ୍ରାର୍ଥୀନୀ ଜି , ଝିଲି ରେଡ୍ଡୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସି ପି ଆଇ ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି । ଏହା ସହିତ ସମିତିସଭ୍ୟ ଭାବେ ଦନାର୍ଦ୍ଧନ ପଲାଇ ଓ ଜିଲ୍ଲାପରିଷଦ ସଭ୍ୟ ପଦବୀ ବିଜେଡି ପ୍ରାର୍ଥୀ ହୋଇଥିବାରୁ ଲାଲଗଡରେ ବିଜେଡି ବାଜିମାତ କରିଛି । ଗୌତମୀ ପଞ୍ଚାୟତର ପ୍ରଥମ ଅଣ ବାମପନ୍ଥୀ ସରପଞ୍ଚ ଭାବେ ଶ୍ରୀମତୀ ଜି ଝିଲି ରେଡ୍ଡୀ ଗତକାଲି ପଞ୍ଚାୟତର ଦାୟିତ୍ଵ ଗ୍ରହଣ କରିଥିବା ବେଳେ ଆଜି ଦୀପକ ସାହୁଙ୍କୁ ନିର୍ବିବାଦରେ ନାଏବ ସରପଞ୍ଚ ମନୋନୀତ କରାଯାଇଛି । ପାରମ୍ପରିକ କମ୍ୟୁନିଷ୍ଟ ଦୁର୍ଗରେ ବିଜେଡିର ସଫଳତା ନେଇ ପ୍ରାର୍ଥୀନୀ ପଂଚାୟତ ଅଧିବାସୀଙ୍କୁ ସାର୍ଥକତା ଦେଇଥିବା ବେଳେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ ଙ୍କୁ ଶ୍ରେୟ ଦେଇଛନ୍ତି । ପଞ୍ଚାୟତର ସାମଗ୍ରିକ ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here