ଅଭିମନ୍ୟୁ ମହାପାତ୍ର ନାୟବ ସରପଞ୍ଚ ଭାବେ ନିର୍ବାଚିତ

0
226

ବ୍ରହ୍ମପୁର,୧୨/୦୩/୨୦୨୨ (ଟୁକୁନା ପ୍ରଧାନ)-: ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ନାୟବ ସରପଞ୍ଚ ଭାବେ ୧୩ ନମ୍ବର ୱାର୍ଡର ୱାର୍ଡ଼ ମେମ୍ବର ଶ୍ରୀ ଅଭିମନ୍ୟୁ ମହାପାତ୍ର ନିର୍ବାଚିତ ହୋଇଛନ୍ତି । ନବନିର୍ବାଚିତ ନାୟବ ସରପଞ୍ଚ ଙ୍କୁ ପଞ୍ଚାୟତ ର କର୍ମକର୍ତ୍ତା ଏବଂ ପୂର୍ବତନ ସରପଞ୍ଚ ସରୋଜ କୁମାର ସାହୁ, ବ୍ୟବସାୟୀ ତଥା ରାଜନେତା ପୂର୍ଣ୍ଣଚନ୍ଦ୍ର ବେହେରା, ସନ୍ତୋଷ କୁମାର ସାହୁ, ସିମାଞ୍ଚଳ ବେହେରା, ରାମଚନ୍ଦ୍ର ଜେନା, ଜୟ ବେହେରା ପ୍ରମୁଖ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ ।। ଏଥିରେ ଅନ୍ୟାନ୍ୟ ୱାର୍ଡ ମେମ୍ବର ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here