ପୋଡାମାରୀ ପଞ୍ଚାୟତର ନାଏବ ସରପଞ୍ଚ ହେଲେ ଶ୍ରୀମତୀ ମମତା ନାୟକ ।

0
286

ବ୍ରହ୍ମପୁର, ୧୨/୦୩/୨୦୨୨: ସାନଖେମୁଣ୍ଡି ବ୍ଳକର ପ୍ରମୁଖ ପଂଚାୟତ ପୋଡାମାରୀ ଗ୍ରାମ ପଞ୍ଚାୟତରେ ଆଜି ନାଏବ ସରପଞ୍ଚ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଅଛି । ଉପସ୍ଥିତ ୱାର୍ଡ ସଭ୍ୟଙ୍କ ପକ୍ଷରୁ ଶ୍ରୀମତୀ ମଞ୍ଜୁଳା ସାହୁଙ୍କ ପ୍ରସ୍ତାବକ ଥାଇ ନାମାଙ୍କନ କରିଥିବା ଶ୍ରୀମତୀ ମମତା ନାୟକଙ୍କ ନାମକୁ ୱାର୍ଡ ସଭ୍ୟା ବିଷ୍ଣୁପ୍ରିୟା ନାୟକ ସମର୍ଥକ ଭାବେ ରହିଥିବା ବେଳେ ଉପସ୍ଥିତ ୱାର୍ଡ ସଭ୍ୟ ମଣ୍ଡଳୀ ସମ୍ମତି ପ୍ରଦାନ କରିଥିଲେ । ଅତଏବ ଶ୍ରୀମତୀ ମମତା ନାୟକଙ୍କୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ନେଇ ନିର୍ବାଚନ ଅଧିକାରୀ ସ୍ଵୀକୃତି ପ୍ରଦାନ କରିଥିଲେ । ନବନିର୍ବାଚିତ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀଙ୍କ ନେତୃତ୍ୱରେ ପୋଡ଼ାମାରୀ ପଞ୍ଚାୟତର ସାମଗ୍ରିକ ବିକାଶକୁ ତ୍ବରାନ୍ବିତ କରିବା ପାଇଁ ଉପସ୍ଥିତ ୱାର୍ଡ ସଭ୍ୟଙ୍କ ସହ ସ୍ଥାନୀୟ ବୁଦ୍ଧିଜୀବୀ ବିଚାର ବିମର୍ଷ କରିଥିଲେ । ଏହା ସହିତ ନବନିର୍ବାଚିତ ନାଏବ ସରପଞ୍ଚଙ୍କୁ ସମ୍ବର୍ଦ୍ଧିତ କରିଥଲେ ।

LEAVE A REPLY

Please enter your comment!
Please enter your name here