ନେହେରୁ ଯୁବ କେନ୍ଦ୍ର ତରଫରୁ ଯୁବ ପ୍ରଶିକ୍ଷଣ ଶିବିର

0
414

ପୁରୁଷୋତ୍ତମପୁର,୧୨/୦୩/୨୦୨୨:ନେହେରୁ ୟୁବା କେନ୍ଦ୍ର ସହ ଜାତୀୟ ସେବା ଯୋଜନା ସହଯୋଗରେ ଯୁବ ପ୍ରଶିକ୍ଷଣ ଶିବିର ଓ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ତାରାତାରିଣୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ତଥା କାର୍ଯ୍ୟକ୍ରମ ସଭାପତିତ୍ବ ତାରାତାରିଣୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ସିମାଞ୍ଚଳ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟବକ୍ତା ଡଃ.ଗାୟତ୍ରୀ ଦାସ, ସମ୍ମାନିତ ବକ୍ତା ଡଃ ପ୍ରଦୀପ କୁମାର ସାହୁ,ସମ୍ମାନିତ ବକ୍ତା ଏନ୍ ନାଇଡୁ ମୋହନ,ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଡ଼ଃ. ବିପ୍ଳବ ରଞ୍ଜନ ପ୍ରଧାନ ମଞ୍ଚାସୀନ ହୋଇଥିଲେ। ପ୍ରାରମ୍ଭିକ ସଙ୍ଗୀତ ସହ ଛାତ୍ରଛାତ୍ରୀ ନାଟକ, ନୃତ୍ୟ ପରିବେଷଣ କରି ଆଜିର ଯୁବସମାଜକୁ ସଚେତନତା ବାର୍ତ୍ତା ଦେଇଥିଲେ। ଏଥିରେ ତାରାତାରିଣୀ ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଡ଼ଃ. ବିପ୍ଳବ ରଞ୍ଜନ ପ୍ରଧାନ , ଅଧ୍ୟାପିକା ହରିପ୍ରିୟା ନାୟକ, IQACର ନିର୍ଦ୍ଦେଶକ ଡ଼ଃ ସୁବ୍ରତ କୁମାର ଷଡଙ୍ଗୀ ଏବଂ ନେହେରୁ ୟୁବା ଭଲିଣ୍ଟର ପି. ସତ୍ୟନାରାୟଣ ପାତ୍ର ଓ କେ ରମେଶ ଦୋରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପରିଶେଷରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଡ଼ଃ. ବିପ୍ଳବ ରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here