ହିଞ୍ଜଳିକାଟୁ ଓ ଶେରଗଡ ବ୍ଳକରେ ବିଜେଡି ର ଅପ୍ରତିଦ୍ୱନ୍ଦୀ ଚେୟାରମ୍ୟାନ୍

0
828

ଶେରଗଡ,୧୨/୦୩/୨୦୨୨(ଡାକ୍ତର ହୃଷୀକେଶ ମହାନ୍ତି )ମୂଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ର ହିଞ୍ଜିଳିକାଟୁ ବ୍ଲକ ଅଧ୍ୟକ୍ଷା ରୂପେ ନବୀନ ପଟ୍ଟନାୟକ ଙ୍କ ମନୋନୀତ ପ୍ରାର୍ଥୀନୀ ସରସ୍ୱତୀ ସେଠୀ ବିନା ପ୍ରତିଦ୍ୱନ୍ଦିତା ରେ ନିର୍ବାଚିତ ହୋଇଛନ୍ତି।ସେ କଂଚୁଡୁ ପଂଚାୟତ ରୁ ସମିତିସଭ୍ଯା ରୂପେ ନିର୍ବାଚିତ ହୋଇଥିଲେ।ଠିକ୍ ସେହିପରି ଶେରଗଡ ବ୍ଲକ ରୁ ମୂଖ୍ଯମନ୍ତୀ ଙ୍କ ମନୋନୀତ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ ଅପ୍ରତିଦ୍ୱନ୍ଦୀ ଭାବେ ଅଧକ୍ଷ ରୂପେ ନିର୍ବାଚିତ ହୋଇଛନ୍ତି।ସେ ତାକରଡା ପଂଚାୟତ ରୁ ସମିତିସଭ୍ଯ ରୂପେ ନିର୍ବାଚିତ ହୋଇଥିଲେ।ଶେରଗଡ ବ୍ଲକ ଚେୟାରମ୍ୟାନ୍ ରୂପେ କୃଷ୍ଣ ଚନ୍ଦ୍ର ନିର୍ବାଚିତ ହେବା ପରେ ଶେରଗଡ ମିଡିଆ ହାଉସର ଦିଗଦ୍ରଷ୍ଟା ମେଘନାଦ ଦାସ ଙ୍କ ନେତୃତତ୍ୱରେଏକ ପ୍ରତିନିଧି ଦଳ ତାଙ୍କୁ ପୁଷ୍ଷମାଲ୍ଯ ଦେଇ ସ୍ୱାଗତ କରିଥିଲେ।

LEAVE A REPLY

Please enter your comment!
Please enter your name here