ସରିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର । ବ୍ରହ୍ମପୁର ମେୟର ପଦବୀ ଲଢେଇରେ ୭ ପ୍ରାର୍ଥୀ, ୪୨ ଓ୍ବାର୍ଡ ପାଇଁ ୧୪୦ ପ୍ରାର୍ଥୀ , ବିଜେଡି ର ୩ କର୍ପୋରେଟର ନିର୍ଦ୍ଵନ୍ଦ

0
267

ବ୍ରହ୍ମପୁର , ୧୪/୦୩/୨୦୨୨: ଚଳିତ ମହାନଗର ନିଗମ ନିର୍ବାଚନରେ ବ୍ରହ୍ମପୁର ମେୟର ପଦବୀ ପାଇଁ ୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିବସ ସୁଦ୍ଧା ୨ ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । ମେୟର ପ୍ରାର୍ଥୀ ସରିତା ପାତ୍ର ଏବଂ ବିଶିଷ୍ଟ ସମାଜସେବୀ ତଥା ସାମ୍ବାଦିକା ଲାରା ଲରେନ୍ ମିଶ୍ର ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । ଫଳରେ ବ୍ରହ୍ମପୁର ମେୟର ପଦବୀ ପାଇଁ ୭ ଜଣ ପ୍ରାର୍ଥୀ ମଇଦାନକୁ ଆସିଛନ୍ତି । ସାତ ଜଣଙ୍କ ମଧ୍ୟରୁ ସ୍ଵାଧୀନ ଭାବେ ତପସ୍ୱିନୀ ନାଗା ,ନୀତା କୁମାରୀ ପଣ୍ଡା , ସୁନୀତା ପାଣିଗ୍ରାହୀ , ଆମ ଆଦମୀ ପାର୍ଟିର ସି , ପ୍ରିୟଙ୍କା , ବିଜେପିର ଡା ସବିତା ସୁଆର , କଂଗ୍ରେସର ଶ୍ରୀମତୀ ମଞ୍ଜୁ ରଥ ଏବଂ ବିଜେଡିର ସଂଘମିତ୍ରା ଦଳେଇ ନିର୍ବାଚନ ଲଢେଇରେ ଅବତୀର୍ଣ୍ଣ ହୋଇଛନ୍ତି ।ଏହା ସହ ଆଜି ବିଭିନ୍ନ ୱାର୍ଡରୁ କର୍ପୋରେଟର ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବା ୨୨ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ବ୍ରହ୍ମପୁର ମହାନଗର ନିଗମ ର ୪୨ ଟି ଓ୍ବାର୍ଡ କର୍ପୋରେଟର ଆସନ ପାଇଁ ୧୪୦ ଜଣ ପ୍ରତିଦ୍ବନ୍ଦୀ ପ୍ରଚାର ମଇଦାନକୁ ଆସିଥିବା ବେଳେ ୱାର୍ଡ ନଂ – ୧୫ ରେ ବିଜେଡିର ପ୍ରାର୍ଥୀ ଆର୍ .ପାବନୀ,ଓ୍ବାର୍ଡ ନମ୍ବର -୩୨ ରୁ ସୁରେନ୍ଦ୍ର କୁମାର ମହାରଣା ଏବଂ ଓ୍ବାର୍ଡ -୩୫ ରୁ ସମୀର କୁମାର ମିଶ୍ର ଅପ୍ରତିଦ୍ବନ୍ଦୀ ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ଘୋଷଣା ଅପେକ୍ଷାରେ ଥିବା ଜଣାଯାଇଛି । ଅନ୍ୟ ପକ୍ଷରେ ନାମାଙ୍କନ ପାତ୍ର ପ୍ରତ୍ୟାହାର କରିଥିବା ସମସ୍ତ ପ୍ରାର୍ଥୀ ଏହାକୁ ନିଜ ବ୍ୟକ୍ତିଗତ କାରଣ ଦର୍ଶାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here