କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ ଙ୍କ ପାଇଁ ପ୍ରଚାର କଲେ ପ୍ରମୋଦ ।

0
180

ବ୍ରହ୍ମପୁର,୧୬/୦୩/୨୦୨୨ (ଟୁକୁନା ପ୍ରଧାନ) କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ ସୂର୍ଯ୍ୟନାରାୟଣ ନାୟକଙ୍କ ଜୋରଦାର ପ୍ରଚାର ଦେଖିବାକୁ ମିଳିଛି । ବିଜେପି କର୍ମୀ ଓ ନେତାମାନେ ଏକତ୍ରିତ ହୋଇ ବିଜେପି ଅଧ୍ୟକ୍ଷ ପ୍ରାର୍ଥି ଶ୍ରୀ ନାୟକଙ୍କ ପାଇଁ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ । ଏଥିରେ ଘୁମୁସର ସାଙ୍ଗଠନିକ ଜିଲ୍ଲା ବିଜେପି ଯୁବ ସଭାପତି ପ୍ରମୋଦ କୁମାର ପଣ୍ଡାଙ୍କ ସମେତ ବହୁ କର୍ମୀ ଓ ନେତା ଉପସ୍ଥିତ ଥିବା ଦେଖାଦେଇଥିଲା । ସମସ୍ତ ନେତା ଓ କର୍ମୀ ଲୋକମାନଙ୍କ ସହ ଆଲୋଚନା କରିବା ସହ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ପାଇଁ ଅନୁରୋଧ କରିଥିଲେ ।

LEAVE A REPLY

Please enter your comment!
Please enter your name here