ଶ୍ରୀକାକୁଲମରେ ମୃତ ଦାଦନଙ୍କ ମରଶରୀରକୁ ଆଡ଼ପଡ଼ା ପହଞ୍ଚାଇଲା ଓଡ଼ିଶା ମୋ ପରିବାର

0
257

ବ୍ରହ୍ମପୁର, ୧୭/୦୩/୨୦୨୨:
ପରିବାର ପ୍ରତିପୋଷଣ ପାଇଁ ଭିଟାମାଟି ଛାଡି ସୁଦୂର ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ଦାଦନ ଖଟିବାକୁ ଯାଇଥିବା ସାନଖେମୁଣ୍ଡିର ଆଡପଡା ଗ୍ରାମପଞ୍ଚାୟତ କଈଠବେଢା ଗ୍ରାମର ବିନୋଦ ମହାନ୍ତିଙ୍କ ପୁଅ ଜିତୁ ମହାନ୍ତି ( ବୟସ ୨୪) ଙ୍କ କୋୖଣସି ସ୍ୱାସ୍ଥ୍ୟଗତ କାରଣରୁ ଅକାଳ ମୃତ୍ୟ ହୋଇଥିଲା । ନିରୀହ ଗରିବ ଶ୍ରେଣୀର ପରିବାର ହେତୁ ମରଶରୀରକୁ ଭିଟାମାଟିକୁ ଆଣିବାକୁ ଖୋରାକୀ ନଥିବା ଜିତୁଙ୍କ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ ।ସ୍ଥାନୀୟ ସରପଞ୍ଚ ପ୍ରତିନିଧି ନୀଳମାଧବ ରାଉତ ଏ ବିଷୟରେ ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କୁ ଅବଗତ କରିଥିଲେ । ପୂର୍ବତନ ବିଧାୟିକା ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ ପରେ ” ଓଡ଼ିଶା ମୋ ପରିବାର ” ଯୋଜନା ଦ୍ଵାରା ମୃତକଙ୍କ ପାର୍ଥିବ ଶରୀରକୁ କଈଠବେଢ଼ା ଗ୍ରାମକୁ ଆଣିବା ବ୍ୟବସ୍ଥା କରାଯାଇଥିଲା । ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ନିର୍ଦ୍ଧେଶ କ୍ରମେ ଆଡପଡା ସରପଞ୍ଚ ପ୍ରତିନିଧି ନୀଳମାଧବ ରାଉତ , ନାଏବ ସରପଞ୍ଚ କାଳୁ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରି ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ ।

LEAVE A REPLY

Please enter your comment!
Please enter your name here