ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ବୈଠକରେ ପୌର ନିର୍ବାଚନକୁ ଅବାଧ ଓ ହିଂସା ମୁକ୍ତ କରିବା ପାଇଁ ଦାବି।

0
195

ବ୍ରହ୍ମପୁର , ୧୬/୦୩/୨୦୨୨: ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ଏକ ସାଧାରଣ ସଭା ସ୍ଥାନୀୟ ଉତ୍କଳ ଆଶ୍ରମ ପାଠାଗାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସଭାରେ ସଭାପତି ରାଧା ଚରଣ ନାୟକ ଅଧ୍ୟକ୍ଷତା କରିଥିବାବେଳେ ସାଧାରଣ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ଓ ସମ୍ପାଦକ ରଜନୀକାନ୍ତ ମଣ୍ଡଳ ମଞ୍ଚାସୀନ ସହ ସଭା ଉଦ୍ଘାଟନ କରିଥିଲେ।ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ସମ୍ପାଦକ ଶ୍ରୀପଲ୍ଲବ ସମ୍ପାଦକୀୟ ବିବରଣୀ ପାଠ କରି ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ପ୍ରସଙ୍ଗ କ୍ରମରେ ରାଜ୍ୟରେ ହୋଇ ଥିବା ଚଳିତ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଯେଉଁ ଭଳି ହିଂସା ଓ ହତ୍ୟାକାଣ୍ଡ ମାନ ଘଟୁଅଛି ଏହାକୁ ନେଇ ଘୋର ଉଦବେଗ ପ୍ରକାଶ ପାଇଥିଲା ଏବଂ ଏହାର ଦମନ ପାଇଁ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୌର ନିର୍ବାଚନକୁ ଅବାଧ , ହିଂସା ମୁକ୍ତ ଏବଂ ନିରପେକ୍ଷ କରାଯିବା ପାଇଁ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି କରାଗଲା । ରାଜ୍ୟ ସରକାର ନିର୍ବାଚନ ସମୟରେ ମଦ ବିକ୍ରି ବନ୍ଦ କରିବାକୁ ପଦକ୍ଷେପ ଗ୍ରହଣ କରିବା ସହ ମଦୁଆ ଧରା ଗାଡ଼ି ମୁତୟନ କରିଥିବାରୁ ଏହାକୁ ସ୍ବାଗତ କରାଗଲା ।ଏହି ଅବସରରେ ବରିଷ୍ଠ ନାଗରିକ ମାନଙ୍କୁ ରେଳ ବିଭାଗ ପୂର୍ବରୁ ପ୍ରଦାନ କରୁଥିବା ରିହାତି ଉଚ୍ଛେଦ ଓ ଅହେତୁକ ଭଡ଼ା ବୃଦ୍ଧିର ତୀବ୍ର ସମାଲୋଚନା କରାଯାଇଥିଲା । ସମସ୍ତ ପାସେଞ୍ଜର ଟ୍ରେନରେ ପୂର୍ବଭଳି ସାଧାରଣ ଭଡ଼ା ଲାଗୁ କରିବା , ବ୍ରହ୍ମପୁର ପୂରୀ ସିଧାସଳଖ ପାସେଞ୍ଜର ଟ୍ରେନ ଚଳାଚଳ କରିବା ଓ ସମସ୍ତ ଦ୍ରୁତଗାମୀ ଟ୍ରେନ୍ରେ ବରିଷ୍ଠ ନାଗରିକଙ୍କୁ ରିହାତି ପ୍ରଦାନ ନିମନ୍ତେ ଆଗାମୀ ଦିନରେ ମଞ୍ଚ ତରଫରୁ ରେଳ ବିଭାଗକୁ ସ୍ମାରକ ପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଗଲା । ତଥାପି ଏହାର ସମାଧାନ ନହେଲେ ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ଧାରଣା ଦିଆଯିବା ପାଇଁ ସ୍ଥିର କରାଗଲା ।ଏହି ଆଲୋଚନା ସଭା ଅବସରରେ ଅନୁଷ୍ଠାନର ଉପସଭାପତି ପଣ୍ଡିତ ଗୋପାଳ କୃଷ୍ଣ ପାଢ଼ୀ, କୋଷାଧ୍ୟକ୍ଷ ଲଡୁକେଶ ମିଶ୍ର ପ୍ରମୁଖଙ୍କ ସହ ଡାକ୍ତର ପ୍ରାଣଚାନ୍ଦ ପଣ୍ଡା , ରାମକୃଷ୍ଣ ଆଚାରୀ ହାଡିବନ୍ଧୁ ମାଳି, ସୁବାସ ଚନ୍ଦ୍ର ସୁବୁଦ୍ଧି , ଅରକ୍ଷିତ ସାହୁ , ସୂର୍ଯ୍ୟ ନାରାୟଣ ପାଢ଼ୀ , ଶାନ୍ତନୁ କୁମାର ପଟ୍ଟନାୟକ , ମନୋଜ କୁମାର ସାହୁ , ପଦ୍ମଚରଣ ପରିଡ଼ା ଓ ବି. କ୍ରିଷ୍ଣା ରାଓ ପ୍ରମୁଖ ଅଂଶଗ୍ରହଣ କରିଥିଲେ ଶେଷରେ ସମ୍ପାଦକ ଶ୍ରୀ ରଜନୀ କାନ୍ତ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here