ବ୍ରହ୍ମପୁର ସହର ତମାମ ନିର୍ବାଚନ ଆଚରଣ ଵିଧିର ଖୋଲାମେଲା ଉଲଂଘନ , ପ୍ରଶାସନ କରୁଛି କଣ ? ପୀତବାସ ପଣ୍ଡା

0
576

ବ୍ରହ୍ମପୁର , ୧୬/୦୩ /୨୦୨୨: ନିର୍ବାଚନ ଘୋଷଣା ହେଲେ ଆଚରଣ ବିଧି ଅନୁଯାଇ ସରକାରୀ ବିଜ୍ଞାପନ ଗୁଡ଼ିକୁ ପ୍ରଶାସନ ତରଫରୁ କପଡା ଦ୍ଵାରା ଘୋଡ଼ାଇ ଦିଆଯିବା ଅଥବା ନଷ୍ଟ କରାଯିବାର ଵିଧି ବ୍ୟବସ୍ଥା ରହିଅଛି । ଅନ୍ୟ ପକ୍ଷରେ ନିର୍ବାଚନ ଆଚରଣ ବିଧି ଜାରି ସମୟ ପରେ ପ୍ରଶାସନ ଓ ପୋଲିସର ମିଳିତ ପାଟ୍ରୋଲିଙ୍ଗ ଦ୍ଵାରା ହୋର୍ଡିଙ୍ଗ ଉଚ୍ଛେଦ ଅଭିଯାନ କରି ଏହାକୁ ଉଠାଇବାର ବ୍ୟବସ୍ତା ମଧ୍ୟ ରହିଅଛି । ଯାହା ଦ୍ୱାରା ସାଧାରଣ ଭୋଟର ପ୍ରଭାବିତ ହେବେ ନାହିଁ ଏବଂ ନିର୍ବାଚନ ନିରପେକ୍ଷ ହୋଇପାରିବ କିନ୍ତୁ ବ୍ରହ୍ମପୁର ଷ୍ଟାଡିଅମ , ଖଲିକୋଟ କଲେଜ ଷ୍ଟାଡିଅମ , ବସ ଯାତ୍ରୀ ବିଶ୍ରାମସ୍ଥଳ , ସମ୍ଭ୍ୟାବ୍ୟ ଭୋଟଦାନ କେନ୍ଦ୍ର ତଥା ସରକାରୀ ସ୍କୁଲ ପରିସର ମଧ୍ୟରେ ଏବେମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ବଡ଼ବଡ଼ ସରକାରୀ ବିଜ୍ଞାପନର ହୋର୍ଡିଙ୍ଗ ପୂର୍ବପରି ରଖାଯାଇଛି l ଯାହାକି ନିର୍ବାଚନ ଆଚରଣ ଵିଧିକୁ ଖୋଲାମେଲା ଉଲ୍ଲଂଘନ କରାଯାଉଛି ବୋଲି ଆଇନଜୀବି ତଥା କଂଗ୍ରେସ ନେତା ପୀତବାସ ପଣ୍ଡା ଅଭିଯୋଗ କରିଛନ୍ତି l
ଏହାସହ ସହର ତମାମ ସରକାରୀ କାର୍ଯ୍ୟାଳୟ , ବିଦ୍ୟୁତଖମ୍ବ ସହ ବିନା ଅନୁମତିରେ ବାସଗୃହ କାନ୍ଥ ଏବଂ ଘରୋଇ ସ୍ଥାନରେ ମଧ୍ୟ ବିଭିନ୍ନ ଦଳ ତରଫରୁ ବାନାକନା , ପ୍ରଚାର ପ୍ରସାର ସାମଗ୍ରୀ ମରାଯାଉଛି l ଅତଏବ ସହର ସାରା ଚାଲିଥିବା ଏହି ନିର୍ବାଚନ ଆଚରଣ ବିଧିର ଉଲଂଘନକୁ ସରକାରୀ ସ୍ତରରେ ଅଧିକାରୀମାନେ କାହିଁକି ଓ କାହା ଚାପରେ ଅଣଦେଖା କରୁଛନ୍ତି ବୋଲି କଂଗ୍ରେସ ନେତା ଆଇନଜୀବି ଶ୍ରୀପଣ୍ଡା ପ୍ରଶ୍ନ କରିଛନ୍ତି ଏବଂ ଏହି ଘଟଣାକୁ ନିର୍ବାଚନ କମିଶନରଙ୍କ ଦୃଷ୍ଟିକୁ ଅଣାଯିବ ବୋଲି ଏକ ପ୍ରେସ ବିବୃତିରେ କହିଛନ୍ତି l

LEAVE A REPLY

Please enter your comment!
Please enter your name here