କନିଷି ଅତିରିକ୍ତ ତହସିଲଦାର ଙ୍କ ଦ୍ଵାରା ଟ୍ରାକ୍ଟର ଡ୍ରାଇଭର ମାଡ ମାରିବା ନେଇ ଥାନାରେ ମାମଲା।

0
668

ଗୋଳନ୍ଥରା,୧୭/୦୩/୨୦୨୨:
ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଛକରେ ଜଣେ ଟ୍ରାକ୍ଟର ଡ଼୍ରାଇଭର କୁ କନିଷି ତହସିଲ ର ଅତିରିକ୍ତ ତହସିଲଦାର ଙ୍କ ଦ୍ଵାରା ମାଡ ମାରିବା ନେଇ ଥାନାରେ ଲିଖିତ ଅଭିଯୋଗ ହେବା ସହ ଅନ୍ୟ ପଟେ କନିଷି ଅତିରିକ୍ତ ତହସିଲଦାର ଙ୍କ ପକ୍ଷରୁ ମଧ୍ୟ ଟ୍ରାକ୍ଟର ଡ୍ରାଇଭର ପକ୍ଷରୁ ତାଙ୍କୁ ଟ୍ରାକ୍ଟର ଚଢାଇ ମାରିବାକୁ ଉଦ୍ୟମ କରାଯାଇଥିବା ନେଇ ଆଉ ଏକ ଅଭିଯୋଗ ଥାନାରେ ଦିଆଯାଇଥିବା ଜଣାପଡିଛି ‌। ଟ୍ରାକ୍ଟର ଡ୍ରାଇଭର ଲଛମନ ନାଇକ ଙ୍କ ଅଭିଯୋଗ କ୍ରମେ ଆଜି ଦିନ‌ ୧ ଟି ବେଳେ ସେ ଟ୍ରାକ୍ଟର ଧରି ଏକ ଜମିରୁ ମାଟି ଆଣିବା ନିମନ୍ତେ ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଚିକିଟି ତହସିଲ୍ ଅନ୍ତର୍ଗତ ଜାଗପୁର ରାଜସ୍ବ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟର ଆଗକୁ ନେବାକୁ କହିଥିଲେ।ଏହି ସମୟ ରେ କନିଷି ଅତିରିକ୍ତ ତହସିଲଦାର ମନୋଜ କୁମାର କୁଜୁର ସେଠାରେ ପହଞ୍ଚି ତାକୁ ଗାଳି ଗୁଲଜ କରିବା ସହ ଏକ ଶକ୍ତ କାଠ ରେ ମାଡ ମାରିଥିଲେ।ଯାହା ଫଳରେ ତାଙ୍କ ଛାତି ର ପଞ୍ଜିରା ର ହାଡ ଭାଙ୍ଗିବା ସହ ଡାହାଣ ହାତ ଭାଙ୍ଗି ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ବ୍ରହ୍ମପୁର ଏମକେସିଜି ଯାଇ ଚିକିତ୍ସା କରାଇ ଥିଲେ। ଏକ୍ସରେ ବାହାର କରିବା ଦ୍ୱାରା ଜାଣିବାକୁ ପାଇଲେ ଛାତି ଭିତର ଦୁଇଟି ହାଡ଼ ଏବଂ ବାମହାତ ଭାଙ୍ଗି ଯାଇଛି ବୋଲି ଜାଣିଲେ। ଲଛମନ ଅତ୍ୟନ୍ତ ଗରିବ ହୋଇଥିବାରୁ ଚିକିତ୍ସାରେ ଅସୁବିଧା ବୋଲି କହିଥିଲେ।ଅନ୍ୟ ପଟେ ଘଟଣା ନେଇ ଅତିରିକ୍ତ ତହସିଲଦାର ଶ୍ରୀ କୁଜୁର ଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ‌ ଡ୍ରାଇଭର ଜଣଙ୍କ ମାଟି ଚାଲାଣ କରୁଥିବା ସମୟରେ ତାକୁ ଅଟକାଇବାକୁ ଚେଷ୍ଟା କରିବା ସମୟରେ ଡ଼୍ରାଇଭର ଜଣଙ୍କ ଟ୍ରାକ୍ଟର ଚଢାଇ ତାଙ୍କୁ ଓ ତାଙ୍କ ସହିତ ଥିବା ଅନ୍ୟ କର୍ମଚାରୀ ଙ୍କୁ ମାରିବାକୁ ଉଦ୍ୟମ କରିଥିଲା।ଘଟଣା ନେଇ ଉଭୟଙ୍କ ପକ୍ଷରୁ ଗୋଳନ୍ଥରା ଥାନା ଲିଖିତ ଅଭିଯୋଗ ଦିଆଯାଇଥିବା ବେଳେ ଏହାକୁ ନେଇ ତଦନ୍ତ କରାଯିବ ବୋଲି ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here