ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

0
162

ବ୍ରହ୍ମପୁର,୨୨/୦୩/୨୦୨୨:
ବ୍ରହ୍ମପୁର ଉପକଣ୍ଠ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ସ୍ଥିତ ଉତ୍କଳ କେଶରୀ ଯୁବ ପାଠାଗାରରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ୬୪ ଜଣ ଗରିବ ଓ ଅସହାୟ ରୋଗୀଙ୍କୁ ମାଗଣା ପରୀକ୍ଷା କରାଯାଇ ୩୦ ଜଣଙ୍କ ମାଗଣା ପରଳ ଅସ୍ତ୍ରୋପ୍ରଚାର ନିମନ୍ତେ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଗଲା। ସେହିଭଳି ୫ଜଣଙ୍କୁ ଚଷମା ମଧ୍ୟ ବଣ୍ଟନ କରାଯାଇଛି।ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ରୂପେ ୪୭ ଜୋନ ଜିଲ୍ଲାପରିଷଦ ବିଭୂପାଦ ଜେନା,ଗୋବରା ସରପଞ୍ଚ ସୁପ୍ରଭା ନାୟକ,ଜିଲ୍ଲା ପରିଷଦ ପୂର୍ଣ୍ଣବାସୀ ନାୟକ ପ୍ରମୁଖ ଅତିଥି ଯୋଗ ଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ କହିଥିଲେ।ସେହିଭଳି ଶଙ୍କର ଚକ୍ଷୁ ଚିକତ୍ସାଳୟ ପକ୍ଷରୁ କ୍ୟାମ୍ପ ମ୍ୟାନେଜର ନଳିନୀକାନ୍ତ ରାଉତଙ୍କ ସମେତ ରିଟୁ ଗୌଡ଼, ସାଗର ମହାନ୍ତି,ସୁଶାନ୍ତ ଡାକୁଆ,ଏନ.ମୁନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଆଗାମୀ ଦିନରେ ମଧ୍ୟ କାର୍ଯ୍ୟକ୍ରମ ଜାରି ରହିବ ବୋଲି କ୍ୟାମ୍ପ ମ୍ୟାନେଜର ଶ୍ରୀ ରାଉତ କହିଛନ୍ତି।

LEAVE A REPLY

Please enter your comment!
Please enter your name here