ଲକ୍ଷ୍ମୀନାରାୟଣପୁର ଗ୍ରାମ ରେ କନ୍ୟା ରତ୍ନ କାଯ୍ୟକ୍ରମ ଅନୁଷ୍ଠିତ

0
171

ବ୍ରହ୍ମପୁର,୨୨/୦୨/୨୦୨୨:
ବ୍ରହ୍ମପୁର ନିକଟସ୍ଥ ଗୁରୁଣ୍ଠି ପଂଚାୟତ ର ଲକ୍ଷ୍ମୀପୁର ଗ୍ରାମ ରେ କନ୍ୟାରତ୍ନ ସମ୍ବନ୍ଧୀୟ ସଚେତନତା କରାଯାଇଥିଲା। କୁକୁଡାଖଣ୍ଡି ବ୍ଲକ ରେ ଗତ ଜନଗଣନା ରେ ୧୦୦୦ ପୁଅ ତୁଳନାରେ ୯୩୨ ଝିଅ ରହିଛି। କନ୍ୟା ମାନଙ୍କ ଶିକ୍ଷା କ୍ଷେତ୍ର ରେ ୬୪ % ରହିଥିବା ବେଳେ ୦-୬ ବର୍ଷ ର ମୋଟ ୮୦୦ ଶିଶୁ ମାନଙ୍କ ତୁଳନାରେ ୪୧୪ ଜଣ ପୁଅ ଥିବା ବେଳେ ୩୮୬ ଜଣ ଝିଅ ରହିଛନ୍ତି. ଏହି ପରିପ୍ରେକ୍ଷୀରେ ଉକ୍ତ ଗ୍ରାମ ରେ ଅଙ୍ଗନବାଡି, ଆଶା, ଗର୍ଭବତୀ, ପ୍ରସୂତି, ସ୍ୱୟଂ ସହାୟକ ଗୋଷ୍ଟୀ, ୱାର୍ଡ ସଦସ୍ୟା ମାନଙ୍କୁ ଏକ ନିର୍ଭୟ କଢ଼ି, ଗେଲ୍ଲା ଝିଅ, ବେଟୀ ବଚାଓ ଓ ବେଟୀ ପଢ଼ାଓ ଉପରେ ସଚେତନତା କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ଶିଶୁ ମଙ୍ଗଳ ସମିତି ର ସଦସ୍ୟା ହରିହର ପାଢ଼ୀ, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟଳୟ ର ଆଇନ ଅଧିକାରୀ ସୁଦାମ ପାଣିଗ୍ରାହୀ, କୁକୁଡାଖଣ୍ଡି ସିଡିପିଓ କୁସୁମ କୁମାରୀ ସାହୁ, ସୁପରଭାଇଜର ମମତା ପଣ୍ଡା,ନୂତନ ୱାର୍ଡ ସଭ୍ୟ ଏସ.ଆଛିଆମ୍ମା ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ଅଙ୍ଗନୱାଡି କର୍ମୀ ପି. ମାମି, ପ୍ରତିମା ଦେବୀ, ଇ. ସୀତାମ୍ମା, ବିଳାସିନୀ ନାୟକ, ସନ୍ତୋଷିନୀ ନାୟକ, ବିଦେଶୀ ନାୟକ, ଗୀତାଞ୍ଜଳି ସାହୁ, ସରସ୍ବତୀ ସାହୁ, ଲିଲି କୁମାରୀ, ଆଶା ରାଜେଶ୍ୱରୀ ପାତ୍ର, ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here