ବାଇରୀସନ୍ସ ଏଗ୍ରୋ ପ୍ରାଇଭେଟ୍ ଲିମିଟେଡ୍ ଓ ମହିଳା ସ୍ଵଂୟ ସହାୟିକା ଗୋଷ୍ଠୀ ମାନଙ୍କ ମିଳିତ ଆନୁକୁଲ୍ୟରେ କୋଳଥିଗାଁ ଗ୍ରାମପଞ୍ଚାୟତ ର ପ୍ରତ୍ୟେକ ଗାଁ ରେ ଉତ୍କଳ ଗ୍ରାମୀଣ ଦୋକାନ ଖୋଲିବା ନେଇ ପ୍ରସ୍ତୁତି ବୈଠକ

0
266

ବ୍ରହ୍ମପୁର,୨୩/୦୩/୨୦୨୨:ଆଜି କୋଳଥି ଗାଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ କୋଳଥି ଗାଁ ଗ୍ରାମ ପଞ୍ଚାୟତ ର ସମସ୍ତ ମହିଳା ସ୍ଵଂୟ ସହାୟିକା ଗୋଷ୍ଠୀ ର ସଭାପତି , ସମ୍ପାଦିକା , ସି.ଆର୍.ପି , ପଂଚାୟତ ସ୍ତରୀୟ ମହାସଂଘ ର ସଭାପତି ଓ ସମ୍ପାଦିକା ମାନଙ୍କୁ ନେଇ ବାଇରୀସନ୍ସ ଏଗ୍ରୋ ପ୍ରାଇଭେଟ୍ ଲିମିଟେଡ୍ ର ଏମ୍.ଡି ବାଇରୀ ରେଡ୍ଡୀ ଓ କୋଳଥିଗାଁ ଗ୍ରାମ ପଞ୍ଚୟତର ସରପଞ୍ଚ ଶ୍ରୀ ଜଗମୋହନ ପାତ୍ର ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ଏସ୍.ଏଚ୍.ଜି ମହିଳା ଗ୍ରୁପ୍ ର ମାଆ ମାନଙ୍କ ଦ୍ଵାରା ପ୍ରସ୍ତୁତି ଜିନିଷ ର ମାର୍କେଟିଙ୍ଗ ଲିଙ୍କେଇଜ୍ ଏବଂ ଦକ୍ଷତା ବିକାଶ ସହ ସେମାନଙ୍କର ଜିନିଷର ଚାହିଦା ସ୍ଥାନୀୟ ବଜାର ଠାରୁ ବିଶ୍ବ ପର୍ଯ୍ୟନ୍ତ ବଢେଇବା ଓ ପ୍ରତ୍ୟେକ ଗ୍ରାମରେ ବାଇରୀସନ୍ସ ଉତ୍କଳ ଗ୍ରାମୀଣ ଦୋକାନ ଖୋଲି ପ୍ରତ୍ୟେକ ସ୍ଵୟଂ ସହାୟିକା ଗୋଷ୍ଠୀ ର ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ୱି ହେବା ନିମନ୍ତେ ଦିଗ ଦର୍ଶନ ପ୍ରଦାନ ସହ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜେନେରାଲ୍ ମ୍ୟାନେଜର ସୁନିଲ୍ ଗୋତାଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଧିର ପାଣିଗ୍ରାହୀ, ଜିଆରଏସ ତପସ୍ଵିନୀ ନାୟକ, ଯୋଗାଣ ସହାୟକ ସଞ୍ଜୟ ଦଳାଇ , ଏମ .ବି.କେ ଚାନ୍ଦିନୀ ଦାସ,ସି.ଆର.ପି.ଜଲି ଦଳବେହେରା, ମମତା ବେହେରା, ମହାସଂଘ ସଭାପତି ଅବନ୍ତି ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

LEAVE A REPLY

Please enter your comment!
Please enter your name here