ବୁଗୁଡ଼ା ଏନଏସି ରେ ୬୫.୩୨ ପ୍ରତିଶତ ମତଦାନ

0
305

ବୁଗୁଡା, ୨୪/୦୩/୨୦୨୨ : ଶେଷହେଲା ପୌର ନିର୍ବାଚନ। ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଶାନ୍ତି ଶୃଙ୍ଖଳା ସହ ମତଦାନ ସମାପ୍ତ ହୋଇଛି। ବୁଗୁଡା ଏନଏସିର ମୋଟ ୧୩ ଗୋଟି ୱାର୍ଡରେ ୧୭ ଟି ବୁଥ ହୋଇଥିବା ବେଳେ ସେଥି ମଧ୍ୟରୁ ଗୋଟିଏ ପିଙ୍କ ବୁଥ ଓ ଗୋଟିଏ ଆଦର୍ଶ ବୁଥ ଥିଲା। ୧, ୨, ୫ ଓ ୬ ନଂ ୱାର୍ଡରେ ଦୁଇଟି ଲେଖାଏଁ ବୁଥ ଥିବା ବେଳେ ଅନ୍ୟ ସମସ୍ତ ୱାର୍ଡରେ ଗୋଟିଏ ଲେଖାଏଁ ବୁଥ ହୋଇଥିଲା। କାଞ୍ଜିଆପଲ୍ଲୀ ବୁଥ ପିଙ୍କ ବୁଥ ହୋଇଥିବା ବେଳେ ସମସ୍ତ ପ୍ରିଜାଇଡିଂ ଓ ପୋଲିଙ୍ଗ ଅଫିସର ମହିଳା କର୍ମଚାରୀ ନିଯୁକ୍ତି ପାଇଥିଲେ। ସେହିପରି ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ବୁଥ ଆଦର୍ଶ ବୁଥ ଭାବେ କାର୍ଯ୍ୟକାରୀ ହୋଇଥିଲା। ବୁଗୁଡା ଏନଏସିର ମୋଟ ଭୋଟର ସଂଖ୍ୟା ୧୨,୭୨୫ ମଧ୍ୟରୁ ୬୬୫୪ ପୁରୁଷ ଭୋଟର ଓ ୬୦୭୧ ମହିଳା ଭୋଟର ଅଟନ୍ତି। ମୋଟ ୮,୩୧୨ ଜଣ ମତଦାନ ସାବ୍ୟସ୍ତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୨୩୦ ପୁରୁଷ ଓ ୪୦୮୨ ମହିଳା ଅଟନ୍ତି । ମୋଟ ୬୫.୩୨ ପ୍ରତିଶତ ଭୋଟଦାନ ହୋଇଥିବା ବେଳେ ମହିଳାଙ୍କ ଭୋଟ ହାର ପ୍ରାୟ ୪ ପ୍ରତିଶତ ଅଧିକ ଅଟେ। ପ୍ରାୟ ୬୩ ପ୍ରତିଶତ ପୁରୁଷ ଭୋଟ ଦେଇଥିବା ବେଳେ ପ୍ରାୟ ୬୭ ପ୍ରତିଶତ ମହିଳା ଭୋଟ ଦେଇଛନ୍ତି ସମସ୍ତ ଅଧ୍ୟକ୍ଷ ପ୍ରାର୍ଥୀ ଓ ପ୍ରାର୍ଥୀନୀ ଏବଂ କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥୀନୀଙ୍କ ଭାଗ୍ୟ ଇଭିଏମ ମେସିନରେ ସିଲ ହୋଇ ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ଗଚ୍ଛିତ ରଖାଯାଇଛି। ଆସନ୍ତା ୨୬ ତାରିଖ ଦିନ ଭୋଟ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ତଥା ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ପ୍ରକାଶ କରିଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here