ପୋଲସରା ଏନଏସିରେ ୬୪.୪୩ ପ୍ରତିଶତ ମତଦାନ

0
215

ପୋଲସରା, ୨୪/୦୩/୨୦୨୨ : ପୌର ନିର୍ବାଚନ ଶେଷ ହୋଇଛି। ଗଂଜାମ ଜିଲ୍ଲାର ପୋଲସରା ଏନ୍.ଏ.ସି ରେ ମଧ୍ୟ ପ୍ରାୟତଃ ଶାନ୍ତି ଶୃଙ୍ଖଳା ମଧ୍ୟରେ ଭୋଟଦାନ ଶେଷ ହୋଇଛି। ରାଜ୍ୟ ନିର୍ବାଚନ କମିଶନରଙ୍କ ନିୟମ ପ୍ରକାରେ ସକାଳ ୮ ଟା ଠାରୁ ଅପରାହ୍ନ ୫ ଟା ଯାଏ ମତଦାନ ହୋଇଥିଲା l ପୋଲସରା ଏନ୍.ଏ.ସି.ର ୧୯ ଗୋଟି ଓ୍ବାଡ଼ରେ ପ୍ରଥମ ପର୍ଯ୍ୟାୟରେ ଶାନ୍ତିପୂର୍ଣ୍ଣ ଭାବେ ମତଦାତା ହୋଇଥିବା ବେଳେ ମଧ୍ୟାହ୍ନରେ କାଁ ଭାଁ ହିଂସା ଦେଖିବାକୁ ମିଳିଥିଲା । ହେଲେ ଗଣ୍ଡଗୋଳ ଘଟଣାକୁ ନେଇ ପୋଲସରା ଥାନାରେ କୌଣସି ଏତଲା ଦାୟର ହୋଇନଥିବା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି । ପୋଲସରା ଏନଏସିରେ ୧୦ ନଂ କୁ ଫିଙ୍କ୍ ବୁଥ୍ ଏବଂ ୧୯ ଓ ୨୧ ନଂ କୁ ଆଦର୍ଶ ବୁଥ୍ ଭାବେ ଗ୍ରହଣ କରାଯାଇଥିଲା । ପୋଲସରା ରେ ମୋଟ ୬୪.୪୩ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀ ଦିଲ୍ଲୀପ କୁମାର ନାୟକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ପ୍ରଦାନ କରିଛନ୍ତି । ନିର୍ବାଚନ ପରିଚାଳନା ପାଇଁ ପୋଲସରା ଥାନା ଅଧିକାରୀଙ୍କ ନେତୃତ୍ୱରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here