ଏଚଡିପିସି ବ୍ୟାଙ୍କ ର ନୂତନ ଶାଖା ଉଦଘାଟିତ

0
289

ବ୍ରହ୍ମପୁର,୩୦/୦୩/୨୦୨୨:ବ୍ରହ୍ମପୁର ସହରର ଅର୍ଥନୈତିକ ବିକାଶ ପାଇଁ ଏଚଡିପିସି ବ୍ଯାଙ୍କ ର ଏକ ନୂତନ ଶାଖା ଲୋଚାପଡ଼ା ରୋଡ ରେ ଉଦଘାଟନ ହୋଇଯାଇଛି।ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲାପାଳ, ବ୍ରହ୍ମପୁର ଉପଜିଲାପାଳ ଭି. କିର୍ତ୍ତିଭାସନ,ପିଡି ଡିଆରଡିଏ ସିନ୍ଧେ ଦତ୍ତୋତ୍ରୋୟ, ପ୍ରଶାସନିକ ଅଧିକାରୀ ସମ୍ବିତ କୁମାର ରାଉତ ମହାନଗର କମିସନର, ଓ୍ବାର୍ଡ ନମ୍ବର-୨୭ ର କର୍ପୋରେଟର ଦୂର୍ଗା କୁମାର ଲାୟକ୍ ସହ ବହୁ ଏଚଡିପିସି ନିକୁଞ୍ଜ ସ୍ବାଇଁ, କ୍ଲଷ୍ଟର ହେଡ ଦେବେନ୍ଦ୍ର ନାଥ ଜେନା, ବ୍ଯାଙ୍କ ମୁଖ୍ୟ ପରିଚାଳକ ନୃସିଂହ ମିଶ୍ର ଓ କର୍ମଚାରୀ ଙ୍କ ସମେତ ସ୍ଥାନୀୟ ବ୍ୟବସାୟୀ ଓ ଜନସାଧାରଣ ଉପସ୍ଥିତ ଥିଲେ।ଏହି ବ୍ୟଙ୍କ ଜରିଆରେ ନିକଟସ୍ଥ ଗ୍ରାମ ଲୋଚାପଡା,ନିମଖଣ୍ଡି,ଗୁରୁଣ୍ଟି,ବୁରିଗାଁ,ଭାବିନିପୁର,ସୀତଳାପଲ୍ଲି,ହୁଗୁଳାପଟା ଅଞ୍ଚଳ ପ୍ରାୟ ଏକ ଲକ୍ଷ ଲୋକ ଉପକୃତ ହେବା ସହ ସେମାନଙ୍କ ପାଇଁ ବ୍ୟାଙ୍କିଙ୍ଗ ସେବା ଉପଲବ୍ଧ ହୋଇପାରିବ।

LEAVE A REPLY

Please enter your comment!
Please enter your name here